ପୁଲିସର ଗାଡ଼ି ଯାଞ୍ଚ କ୍ଷମତାକୁ ବିରୋଧ ; ଆନ୍ଦୋଳନ ପାଇଁ ଘରୋଇ ବସ୍ ମାଲିକ ସଂଘର ଚେତାବନୀ

ମୁଖ୍ୟମନ୍ତ୍ରୀଙ୍କୁ ଘରୋଇ ବସ୍ ସଂଘର ଚିଠି । ଗାଡ଼ି ଯାଞ୍ଚ ପାଇଁ ଦିଆଯାଇଥିବା କ୍ଷମତାର ପୁନର୍ବିଚାର ପାଇଁ ଦାବି । ପରିବହନ ବିଭାଗ ପାଖରେ ଥିବା ଅତିରିକ୍ତ କ୍ଷମତାକୁ ପୁଲିସକୁ ନଦେବାକୁ ଅନୁରୋଧ ।

Odisha*****_

Odisha*****_ Photograph: (KanakNews)

କନକ ବ୍ୟୁରୋ :  ଦୁର୍ଘଟଣା କମାଇବା ବାହାନାରେ ପୁଲିସକୁ ଗାଡ଼ି ଯାଞ୍ଚର ଅତିରିକ୍ତ କ୍ଷମତା ଦେବା ପ୍ରସ୍ତାବକୁ ନିହାତି ନିନ୍ଦନୀୟ ବୋଲି କହିଛି ଘରୋଇ ବସ୍ ମାଲିକ ସଂଘ । ପରିବହନ ବିଭାଗକୁ ସ୍ଥାଣୁ କରିବା ପାଇଁ ଏହା ଏକ ସୁଚିନ୍ତିତ ଷଡ଼୍‌ଯନ୍ତ୍ର । ମୁଖ୍ୟ ସମସ୍ୟା ହେଉଛି ବାରମ୍ବାର ଯାଞ୍ଚ  ଯୋଗୁଁ ଯାତ୍ରୀବାହୀ ବସ୍ ହିଁ ହଇରାଣ ହେବେ । ଏଭଳି ଅଭିଯୋଗ ଆଣିଛି ଅଲ୍ ଓଡ଼ିଶା ଘରୋଇ ବସ୍ ମାଲିକ ସଂଘ । ଏହି ପ୍ରସ୍ତାବର ପୁନଃ ନିଷ୍ପତ୍ତି ପାଇଁ ସଂଘ ଦାବି କରିଛି । ନଚେତ୍ ଆଗକୁ ସବୁ ଯାତ୍ରୀବାହୀ ବସ୍ ମାଲିକ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ସଂଘ ଚେତାବନୀ ଦେଇଥିବା ଜଣାପଡ଼ିଛି । ଏହା ପୂର୍ବରୁ ଏଭଳି ନିର୍ଦ୍ଦେଶର ପୁନର୍ବିଚାର କରିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛି ସଂଘ ।

ସଂଘ ସମ୍ପାଦକଙ୍କ କହିବା କଥା, କୌଣସି ବସ୍ ଯଦି ବରମୁଣ୍ଡାରୁ ବାଲେଶ୍ବର ଅଭିମୁଖେ ବାହାରିଲା ରାସ୍ତାରେ ୧୦ରୁ ଅଧିକ ଥାନା ପଡ଼ୁଛି , ଯଦି ସବୁ ଥାନାରେ ଗୋଟିଏ ବସକୁ ବାରମ୍ବାର ଯାଞ୍ଚ କରାଯିବ ବସ୍ ସେବା ବାଧାପ୍ରାପ୍ତ ହେବ । ଯଦି ଟୋଲ୍ ଗେଟରେ ବସ୍ ପରମିଟ୍ ଓ ଫିଟନେସ୍ ଯାଞ୍ଚ କରାଯାଇପାରୁଛି, ତା’ହେଲେ ପୁଲିସ କାହିଁକି ଏହି ଯାଞ୍ଚର ଭାର ମୁଣ୍ଡାଇବ ବୋଲି ସେ ପ୍ରଶ୍ନ କରିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe