କନକ ବ୍ୟୁରୋ : ବିବାହ ଭୋଜି ପାଇଁ ବିଦ୍ୟାଳୟ ପରିସରରେ ବନ୍ଧା ଯାଇଛି ଟେଣ୍ଟ। ଏସପିଙ୍କୁ ଭେଟି ଅଭିଯୋଗ କଲେ ବିଧାୟିକା । ସ୍କୁଲରେ ବିବାହ ମଣ୍ଡପ କରାଯିବା ଘଟଣାରେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଯାଜପୁର ବିଧାୟିକା । ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କ ଏତଲା ଓ ସ୍ଥାନୀୟ ବିଧାୟିକାଙ୍କ ଅଭିଯୋଗ ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନାହିଁ ପୁଲିସ । ତେଣୁ ଯାଜପୁର ଏସପିଙ୍କୁ ଭେଟି ଦାବି ଜଣାଇଛନ୍ତି ଯାଜପୁର ବିଧାୟିକା ସୁଜାତା ସାହୁ । ସୂଚନା ମୁତାବକ ଯାଜପୁର ଜିଲ୍ଲା ଯାଜପୁର ବ୍ଲକ ବିଚିତ୍ରପୂର୍ ପଞ୍ଚାୟତ ଅନ୍ତର୍ଗତ ବାଣପୁର ପ୍ରାଥମିକ ବିଦ୍ୟାଳୟରେ ଗତ କିଛିଦିନ ତଳେ ଏକ ବିବାହ ଭୋଜି ପାଇଁ ଆୟୋଜନ କରାଯାଇଥିଲା। ଏନେଇ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଜିଲ୍ଲା ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ପ୍ରଧାନ ଶିକ୍ଷୟତ୍ରୀ ଯାଜପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । କିନ୍ତୁ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ହାତ ବାନ୍ଧି ବସିଥିଲା । ଗ୍ରାମବାସୀଙ୍କ ପକ୍ଷରୁ ଏସମ୍ପର୍କରେ ବିଧାୟିକା ସୁଜାତା ସାହୁଙ୍କୁ ଅବଗତ କରାଯାଇଥିଲା । ସେ ଥାନା ଅଧିକାରୀଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କୁ ଅବଗତ କରିଥିଲେ। ହେଲେ କେହି କର୍ଣ୍ଣପାତ କରିନଥିଲେ । ଆଜି ପୁଣି ସ୍କୁଲରେ ରିସେପସନ୍ ଭୋଜି ଆୟୋଜନ କରାଯାଉଥିବା ବେଳେ ବିଧାୟିକା ଯାଜପୁର ଏସପିଙ୍କ ଦ୍ବାରସ୍ଥ ହୋଇ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us