ଆଜିଠୁ ରାମ ଦରବାର ପ୍ରାଣ ପ୍ରତିଷ୍ଠା ; ୫ ତାରିଖ ପର୍ଯ୍ୟନ୍ତ ଚାଲିବ ଭବ୍ୟ ସମାରୋହ

ରାମ ଦରବାର ପ୍ରାଣ ପ୍ରତିଷ୍ଠା ପାଇଁ ଚଳଚଞ୍ଚଳ ଅଯୋଧ୍ୟା । ଆଜିଠୁ ୫ ତାରିଖ ପର୍ଯ୍ୟନ୍ତ ହେବ ଭବ୍ୟ ସମାରୋହ । ଧ୍ୟାନ ଆକର୍ଷଣ କରୁଛି ସୁସଜ୍ଜିତ ସ୍ବର୍ଣ୍ଣ ଖଚିତ ମନ୍ଦିର ଚୂଡ଼ା ଓ କବାଟ ।

ଅଦ୍ୟତନ ହୋଇଛି
ରାମ ଦରବାର

ରାମ ଦରବାର Photograph: (କନକ ନ୍ୟୁଜ୍)

କନକ ବ୍ୟୁରୋ: ଆଜିଠୁ ଅଯୋଧ୍ୟାରେ ରାମ ଦରବାର ସମେତ ୭ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା । ନିର୍ଦ୍ଧାରିତ ଲଗ୍ନରେ ପୂଜା ଆରମ୍ଭ ହେବ । ପ୍ରାଣ ପ୍ରତିଷ୍ଠାରେ ମୋଟ ୧୨୦ ଆଚାର୍ଯ୍ୟ  ସାମିଲ ହେବେ । ସେମାନଙ୍କ ମଧ୍ୟରୁ  ୧୦୦ ଜଣ କେବଳ ଅଯୋଧ୍ୟାର । ଅନ୍ୟ  ଆଚାର୍ଯ୍ୟମାନେ କାଶୀ, ପ୍ରୟାଗରାଜ  ସମେତ ଅନ୍ୟ ତୀର୍ଥସ୍ଥାନରୁ ଆସିବେ । କାର୍ଯ୍ୟକ୍ରମକୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଆମନ୍ତ୍ରଣ କରାଯାଇଛି । 

ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମକୁ  ୨୦ ଜଣ ସନ୍ଥ-ଧର୍ମାଚାର୍ଯ୍ୟଙ୍କ ସମେତ ଟ୍ରଷ୍ଟ ପଦାଧିକାରୀଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି । ଆଜିଠୁ ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମ ଆରମ୍ଭ ହେବ ଯାହା ୩ ଦିନ ଧରି ଚାଲିବ । ରାମ ଜନ୍ମଭୂମି ଟ୍ରଷ୍ଟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ସକାଳ ୬.୩୦ରେ କାର୍ଯ୍ୟକ୍ରମ ଆରମ୍ଭ ହେବ । ବିଧି ମୁତାବକ, ରାମ ଦରବାର ଓ ୬ ପାର୍ଶ୍ବ ଦେବାଦେବୀଙ୍କ ମନ୍ଦିରର ପ୍ରାଣ ପ୍ରତିଷ୍ଠା କରାଯିବ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ଦେଶ ବିଦେଶର ପ୍ରତିଷ୍ଠିତ ସାଧୁ ସନ୍ଥ ଯୋଗ ଦେବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe