ଋଷିଆରେ ଶକ୍ତିଶାଳୀ ଭୂକମ୍ପ ପରେ ସୁନାମୀ ଆତଙ୍କ, ଜାମଚଟକାରେ ଜରୁରୀସ୍ଥିତି ଘୋଷଣା

କେବଳ ରୁଷିଆ ନୁହେଁ ଜାପାନର ୧୬ଟି ସ୍ଥାନରେ ବି ସମୁଦ୍ରର ଜୁଆର ମାଡ଼ି ଆସିଛି। ସୁନାମୀ ପାଇଁ ଫୁକୁସିମା ପରମାଣୁ କେନ୍ଦ୍ରକୁ ବନ୍ଦ କରାଯାଇଛି। ଆଜି ସକାଳୁ ରୁଷିଆରେ ତୀବ୍ର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୮ ଦଶମିକ ୮ ରହିଛି। ଭାରତୀୟ ସମୟ ଭୋର ୪ଟା ୫୪ରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି।

4

କନକ ବ୍ୟୁରୋ : ଭୂକମ୍ପ ପରେ ମାଡ଼ି ଆସିଲା ସୁନାମୀ। ରୁଷିଆରେ ଶକ୍ତିଶାଳୀ ଭୂକମ୍ପ ଝଟକା ପରେ ୪ ମିଟର ଉଚ୍ଚ ସମୁଦ୍ର ପାଣି ମାଡ଼ି ଆସିଛି। କାମଚଟକାରେ ମାଡ଼ି ଆସିଲା ସୁନାମୀ । କେବଳ ରୁଷିଆ ନୁହେଁ ଜାପାନର ୧୬ଟି ସ୍ଥାନରେ ବି ସମୁଦ୍ରର ଜୁଆର ମାଡ଼ି ଆସିଛି। ସୁନାମୀ ପାଇଁ ଫୁକୁସିମା ପରମାଣୁ କେନ୍ଦ୍ରକୁ ବନ୍ଦ କରାଯାଇଛି। ଆଜି ସକାଳୁ ରୁଷିଆରେ ତୀବ୍ର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୮ ଦଶମିକ ୮ ରହିଛି। ଭାରତୀୟ ସମୟ ଭୋର ୪ଟା ୫୪ରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ରୁଷରେ ୨୪ ଘଣ୍ଟାରେ ୨ ଶହ ଥର ଭୂକମ୍ପ ଝଟକା ଅନୁଭୂତ ହୋଇଛି।  ଭୂମିକମ୍ପ ପରେ ରୁଷ, ଜାପାନ ଓ ଆମେରିକାରେ ସୁନାମୀ ଆଲର୍ଟ ଜାରି କରାଯାଇଛି । ସମୁଦ୍ରରେ ତିନି ମିଟର ଉଚ୍ଚର ଜୁଆର ଉଠିବା ସମ୍ଭାବନା ରହିଛି । ଯାହା ଦ୍ବାରା ଅନେକ ଅଞ୍ଚଳ ପ୍ରଭାବିତ ହେବା ଆଶଙ୍କା ରହିଛି। ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ଅପିଲ କରାଯାଇଛି। ୧୯୫୨ ମସିହା ପରେ ରୁଷର କାମଚଟକାରେ ଏପରି ଶକ୍ତିଶାଳୀ ଭୂମିକମ୍ପ ଦେଖିବାକୁ ମିଳିଛି । ଜାପାନର ପ୍ରଧାନମନ୍ତ୍ରୀଙ୍କୁ ସ୍ଥିତି ନେଇ ଅବଗତ କରାଯାଇଛି। ସରକାରଙ୍କ ପକ୍ଷରୁ ଜରୁରୀକାଳୀନ ବୈଠକ ଡକାଯାଇଛି। ଉଦ୍ଧାରକାର୍ୟ୍ୟ  ତ୍ବରାନ୍ବିତ କରିବା ପାଇଁ ପ୍ରସ୍ତୁତି ହୋଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe