ସ୍ୱାସ୍ଥ୍ୟକେନ୍ଦ୍ରର ଅସୁସ୍ଥ ଚିତ୍ର, ଡାକ୍ତରଖାନା ଛାତରୁ ପ୍ଲାଷ୍ଟର ଖସି ରୋଗୀ ଆହତ

ଅଘଟଣ ସମ୍ପର୍କରେ ପ୍ରଥମେ କନକ ନ୍ୟୁଜରେ ଖବର ପ୍ରସାରଣ ପରେ, ତତ୍ପରତା ପ୍ରକାଶ ପାଇଛି । ମହାନଗର ନିଗମୃର କନିଷ୍ଠ ଯନ୍ତ୍ରୀ, ସ୍ବାସ୍ଥ୍ୟ ବିଭାଗ ଅଧିକାରୀ ଓ ଜନ ପ୍ରତିନିଧି ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ କରିବା ସହ, ତୁରନ୍ତ ମରାମତି କାମ ଆରମ୍ଭ ଲାଗି ନିର୍ଦ୍ଦେଶ ଦେଇଛନ୍ତି । ପଚାଶ ବର୍ଷ ପୁରୁଣା ଏହି କୋଠାର ପୁନଃଉଦ୍ଧାର କରିଥିଲା ମହାନଗର ନିଗମ।

28

କନକ ବ୍ୟୁରୋ : ବ୍ରହ୍ମପୁର ସହରାଞ୍ଚଳ ସ୍ବାସ୍ଥ୍ୟ କେନ୍ଦ୍ର ବା ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ଅଭାବନୀୟ ଘଟଣା। ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି ରୋଗୀ। ଚିକିତ୍ସା ପାଇଁ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆସି ଅପେକ୍ଷା କରିଥିଲେ ରୋଗୀ। ହଠାତ୍ ଛାତରୁ ପ୍ଲାଷ୍ଟର ଖସିବାରୁ ଉଭୟ ରୋଗୀ ଆହତ ହୋଇଛନ୍ତି । ଆହତ ଦୁଇଜଣ ହେଉଛନ୍ତି ନିଗମ ନଗରର ୫୪ବର୍ଷୀୟ ପ୍ରତାପ ଚନ୍ଦ୍ର ଡାକୁଆ ଓ ଅନ୍ୟ ଜଣେ କୁମ୍ଭାରପଲ୍ଲୀର ପି. ଜ୍ୟୋତ୍ସ୍ନା ରେଡ୍ଡୀ । ତେବେ ପ୍ରତାପଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି । 

ଏଠି ପ୍ରଶ୍ନ ଉଠୁଛି,

  •  ପୁରୁଣା କୋଠାର ପୁନଃରୁଦ୍ଧାର ବେଳେ ନିମ୍ନ ମାନର କାମ ହୋଇଥିଲା କି?
  • କୋଠାଟି ଅସୁରକ୍ଷିତ ଜାଣିବା ପରେ, କାହିଁକି ଅଣଦେଖା କରାଯାଇଥିଲା? 
  • ଆଜିର ଅଘଟଣ ପାଇଁ ଦାୟୀ କିଏ? 
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe