ରାଜନୈତିକ ବିବାଦରେ ଛନ୍ଦି ହୋଇଛି ଭଦ୍ରକର ନୂଆ ବସଷ୍ଟାଣ୍ଡ, ନା ବସ୍ ରହିବାର ସୁବିଧା, ନା ଯାତ୍ରୀଙ୍କ ପାଇଁ ଅଛି ସୁବିଧା, ପାଣିରେ ପଡ଼ିଛି ୫୦ କୋଟି

ସେପଟେ ବିଭିନ୍ନ କାମରେ ଜିଲ୍ଲା ମୁଖ୍ୟାଳୟକୁ ଆସୁଥିବା ବସ୍‌ ସେବା ପାଇଁ ଯାତ୍ରୀମାନେ ନାନା ଅସୁବିଧା ଭୋଗୁଛନ୍ତି । ବନ୍ତ ଛକ ସ୍ଥିତ ଅସ୍ଥାୟୀ ବସଷ୍ଟାଣ୍ଡକୁ ନିର୍ଭର କରିଛନ୍ତି । ସେପଟେ ସରକାରୀ ବ୍ୟବସ୍ଥା ଅନୁଯାଇ ସମସ୍ତ କାର୍ଯ୍ୟ ସରିବା ପରେ ନୂଆ ବସଷ୍ଟାଣ୍ଡର ଶୁଭ ଉଦଘାଟନ କରାଯିବ ବୋଲି କହିଛନ୍ତି ଭଦ୍ରକ ଜିଲ୍ଲାପାଳ ।

sdfsfsdssdd

କନକ ବ୍ୟୁରୋ : ଟଙ୍କା ଖର୍ଚ୍ଚ ହେଲା କୋଟିକୋଟି । ଦିନକ ପାଇଁ ବି କାମରେ ଲାଗିଲା ବସଷ୍ଟାଣ୍ଡଟି । ଭଦ୍ରକ ଜିଲ୍ଲାରେ ବସ୍‌ ଯାତ୍ରାକୁ ସୁଗମ କରିବା ପାଇଁ ୨୦୦୬ରେ ନୂଆ ବସଷ୍ଟାଣ୍ଡ କରାଗଲା । ପର୍ଯ୍ୟାୟ  କ୍ରମେ ସରକାରୀ ତହବିଲରୁ ପ୍ରାୟ ୫୦ କୋଟି ଟଙ୍କା ଖର୍ଚ୍ଚ ହୋଇ ସାରିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ମଧ୍ୟ ଉଦଘାଟନ୍‌ କରିଛନ୍ତି । ହେଲେ ଦିନକ ପାଇଁ ବି ଏଠାକୁ ବସଟିଏ ଆସିନାହିଁ କି ଯାତ୍ରାଙ୍କୁ କୌଣସି ସୁବିଧା ମିଳୁନାହିଁ । କିନ୍ତୁ ୨୦୨୪ରେ ବସଷ୍ଟାଣ୍ଡ ନବୀକରଣ ନାଁରେ ଖର୍ଚ୍ଚ ହୋଇଛି ୪ କୋଟି ୭୬ ହଜାର ଟଙ୍କା ।

ସେପଟେ ବିଭିନ୍ନ କାମରେ ଜିଲ୍ଲା ମୁଖ୍ୟାଳୟକୁ ଆସୁଥିବା ବସ୍‌ ସେବା ପାଇଁ ଯାତ୍ରୀମାନେ ନାନା ଅସୁବିଧା ଭୋଗୁଛନ୍ତି । ବନ୍ତ ଛକ ସ୍ଥିତ ଅସ୍ଥାୟୀ ବସଷ୍ଟାଣ୍ଡକୁ ନିର୍ଭର କରିଛନ୍ତି । ସେପଟେ ସରକାରୀ ବ୍ୟବସ୍ଥା ଅନୁଯାଇ ସମସ୍ତ କାର୍ଯ୍ୟ ସରିବା ପରେ ନୂଆ ବସଷ୍ଟାଣ୍ଡର ଶୁଭ ଉଦଘାଟନ କରାଯିବ ବୋଲି କହିଛନ୍ତି ଭଦ୍ରକ ଜିଲ୍ଲାପାଳ ।

କୋଟିକୋଟି ଖର୍ଚ୍ଚ ପରେ ବି ନୂଆ ବସଷ୍ଟାଣ୍ଡ କାହିଁକି କାର୍ଯ୍ୟକ୍ଷମ  ହେଉନାହିଁ ତା'ର ଉତ୍ତର ଖୋଜି ପାଉନାହାନ୍ତି ଭଦ୍ରକ ବାସୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe