କନକ ବ୍ୟୁରୋ : କଫ୍ ସିରପ ଚୋରି କରି ଏଏସଆଇ ନିଲମ୍ବିତ । ନୂତନ ଭାବେ ଏଏସଆଇକୁ ପଦୋନ୍ନତି ପାଇଥିବା ସମ୍ବଲପୁର ଟାଉନ ଥାନାର ଏଏସଆଇ ବିଦ୍ୟୁତ ପଣ୍ଡା ନିଲମ୍ବିତ । ସମ୍ବଲପୁର ଏସପିଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କୁ ନିଲମ୍ବନ କରାଯାଇଛି । ମିଳିଥିବା ସୂଚନା ଅନୁସାରେ ନିକଟରେ ଟାଉନ ପୋଲିସ ପ୍ରାୟ ୧୫ ହଜ଼ାର କଫ୍ ସିରପ ଜବତ କରିଥିଲା । ସେହି କଫ୍ ସିରପ ସବୁ ଥାନା ମାଲଖାନାରେ ରଖା ଯାଇଥିଲା । ଏଏସଆଇ ବିଦ୍ୟୁତ ପଣ୍ଡା ମାଲ ଖାନାରୁ ଚଞ୍ଚକତା କରି ସେଥିରୁ ଦୁଇ ପେଟି କଫ୍ ସିରପ ଅନ୍ୟତ୍ର ରଖି ଦେଇଥିଲେ । ଯାହା ପରବର୍ତ୍ତୀ ସମୟରେ ଅନ୍ୟ ଅଧିକାରୀ ମାନେ ଜାଣିବାକୁ ପାଇଥିଲେ । ଏହି ଘଟଣା ସମ୍ବଲପୁର ଏସପି ଜାଣିବା ପରେ ବିଦ୍ୟୁତ ପଣ୍ଡାକୁ ନିଲମ୍ବିତ କରିବା ସହ ଦୁଇ ପେଟି କଫ୍ ସିରପ ମଧ୍ୟ ଜବତ କରିଥିଲା ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us