ଯାଜପୁରର ଝିଅ ମଧ୍ୟପ୍ରଦେଶରୁ ଉଦ୍ଧାର,  ନାବାଳିକା କନ୍ୟା ସହ ଅଭିଯୁକ୍ତ ବରକୁ ଉଠାଇ ଆଣିଲା ପୁଲିସ

ଷଡ଼୍‌ଯନ୍ତ୍ର କରି ନାବାଳିକାଙ୍କୁ ବୁଲିଯିବା ବାହାନାରେ ମଧ୍ୟପ୍ରଦେଶର ଜଣେ ବ୍ୟକ୍ତିକୁ କରିଥିଲେ ବିକ୍ରି ।

ମଧ୍ୟପ୍ରଦେଶରୁ ନାବାଳିକା ଉଦ୍ଧାର

ମଧ୍ୟପ୍ରଦେଶରୁ ନାବାଳିକା ଉଦ୍ଧାର Photograph: (KanakNews)

କନକ ବ୍ୟୁରୋ: ଯାଜପୁରର ଝିଅ ମଧ୍ୟପ୍ରଦେଶରୁ ଉଦ୍ଧାର । ନାବାଳିକା କନ୍ୟା ସହ ଅଭିଯୁକ୍ତ ବରକୁ ମଧ୍ୟ ପ୍ରଦେଶରୁ ଉଠାଇ ଆଣିଲା ଯାଜପୁର କାଳିଆ ପାଣି ପୁଲିସ । ଅଭିଯୁକ୍ତ ଥାନାରେ ଅଟକ ରଖି ପଚରାଉଚରା । ଯାଜପୁରର ଝିଅ ମଧ୍ୟପ୍ରଦେଶରେ ବିକ୍ରି ହୋଇଥିବା ଅଭିଯୋଗ ପରେ ଆକ୍ସନ ମୋଡ ରେ ଯାଜପୁର ପୋଲିସ୍ । ସୂଚନା ମୁତାବକ ଯାଜପୁର ଜିଲ୍ଲାର ୨ ଜଣିଆ ମହିଳା ରାକେଟ୍‌ ଷଡ଼୍‌ଯନ୍ତ୍ର କରି ଜଣେ ନାବାଳିକାଙ୍କୁ ବୁଲିଯିବା ବାହାନା କରି ନେଇ ମଧ୍ୟପ୍ରଦେଶର ଜଣେ ବ୍ୟକ୍ତିକୁ ବିକି ଦେଇଥିଲେ ।

ଘଟଣାର ପାଖାପାଖି ୨ ମାସ ପରେ କାଳିଆପାଣି ପୁଲିସ ମଧ୍ୟପ୍ରଦେଶରୁ ଏହି ନାବାଳିକା କନ୍ୟାଙ୍କୁ ସୁରକ୍ଷିତ ଅବସ୍ଥାରେ ଉଦ୍ଧାର କରିଛି। ପୀଡ଼ିତା ନାବାଳିକାଙ୍କୁ ବେଆଇନ ଭାବେ କିଣି ବିବାହ କରିଥିବା ଅଭିଯୁକ୍ତ ଯୁବକକୁ ପୁଲିସ ଉଠାଇ ଆଣି କାଳିଆପାଣି ଥାନାରେ ଅଟକ ରଖିଛି । ଶୁକ୍ରବାର ଦିନ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପୀଡ଼ିତା ଓ ଅଭିଯୁକ୍ତର ଡାକ୍ତରୀମାଇନା କରାଯାଇଥିବା ସୂଚନା ମିଳିଛି । ଏହି ଘଟଣାକୁ ନେଇ ଗତ ୧୨ ତାରିଖରେ କାଳିଆପାଣି ଥାନାରେ ଏକ ମାମଲା ରୁଜୁ ହୋଇଥିଲା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe