କନକ ବ୍ୟୁରୋ : ବିଧାୟକ ଓ ସାଂସଦ ମାନଙ୍କ କାର୍ଯ୍ୟର ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ । ଆସନ୍ତା ୨୯ ତାରିଖରେ ଓଡିଶା ଗସ୍ତରେ ଆସୁଛନ୍ତି ନରେନ୍ଦ୍ର ମୋଦି । ଏହି ସମୟରେ ଏଭଳି ସମୀକ୍ଷା ହେବ । ଓଡିଶା ଗସ୍ତରେ ମୋଦିଙ୍କର ହେବ ସାଧାରଣ ସଭା ଓ ରୋଡ ଶୋ। ଦଳୀୟ ଅଫିସରେ ଦୁଇ ଘଂଟା ଧରି ମୋଦି ମାରାଥନ ଆଲୋଚନା କରିଲେ । କଣ କଣ କାମ କରିଛନ୍ତି ତାର ବିବରଣୀ ମୋଦିଙ୍କୁ ଦେବେ ସାଂସଦ ଓ ବିଧାୟକ । ଡିଜି ସମ୍ମିଳନୀ ପାଇଁ ୨୯ ତାରିଖରେ ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ । ୨୯ ତାରିଖ ମଧ୍ୟାହ୍ନରେ ପହଞ୍ଚିବେ ଗୃହମନ୍ତ୍ରୀ। ଅପରାହ୍ନ ୪.୧୫ ରେ ପ୍ରଧାନ ମନ୍ତ୍ରୀ ଭୁବନେଶ୍ବର ରେ ପହଞ୍ଚିବେ। ଏୟାରପୋର୍ଟ ରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯିବ। ଏୟାରପୋର୍ଟ ନିକଟରେ ଏକ ସାଧାରଣ ସଭା ମଧ୍ୟ ହେବ। ଏହାପରେ ଏୟାରପୋର୍ଟରୁ ଗଭର୍ଣ୍ଣର ହାଉସ ଯାଏଁ ରୋଡ଼ ସୋ। ପରେ ପାର୍ଟି ଅଫିସ ଆସିବେ। ବିଧାୟକ ସାଂସଦ ଏବଂ ଦଳୀୟ ପଦାଧିକାରୀ ଙ୍କ ସହ ବୈଠକ ରହିଛି। ୨ ଘଂଟା ଦଳୀୟ କାର୍ଯ୍ୟାଳୟ ରେ ରହିବା ସହ ସମସ୍ତ ଙ୍କ ସହ ଆଲୋଚନା କରିବେ। ପରେ ଡିଜି ସମ୍ମିଳନୀ ରେ ଯୋଗ ଦେବେ।
ବିଧାୟକ ଓ ସାଂସଦମାନଙ୍କ କାର୍ଯ୍ୟର ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ । ଦଳୀୟ କାର୍ଯ୍ୟାଳୟରେ ୨ ଘଣ୍ଟା ଧରି ଆଲୋଚନା
Advertisment
Follow Us