କନକ ବ୍ୟୁରୋ: ଆସନ୍ତାକାଲି ପ୍ରକାଶ ପାଇବ +୨ ପରୀକ୍ଷା ଫଳ । ଏକାସାଙ୍ଗରେ ପ୍ରକାଶ ପାଇବ କଳା, ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ । ବୁଧବାର ଅପରାହ୍ଣ ୪ଟାରେ ଫଳାଫଳ ପ୍ରକାଶ ନେଇ ସୂଚନା ଦେଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ । CHSE ଅଧ୍ୟକ୍ଷ ମୃଣାଳକାନ୍ତି ଦାସ ଗଣମାଧ୍ୟମରୁ ସୂଚନା ଦେଇଛନ୍ତି। ଫେବ୍ରୁଆରୀ ୧୮ ତାରିଖରେ ଯୁକ୍ତ ଦୁଇ ପରୀକ୍ଷା ହୋଇ ୨୭ ତାରିଖରେ ସରିଥିଲା । ୧୨୭୬ ସେଣ୍ଟରରେ ମୋଟ ୩ ଲକ୍ଷ ୯୬ ହଜାରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । କଳାରେ ସର୍ବାଧିକ ୨ଲକ୍ଷ ୪୭ ହଜାର ୩୯୧, ବିଜ୍ଞାନରେ ୧ଲକ୍ଷ ୧୪ ହଜାର ୯୮୦, ବାଣିଜ୍ୟରେ ୨୫ ହଜାର ୫୨୬ ଓ ଧନ୍ଦାମୂଳକରେ ୫ହଜାର ୭୨୧ଜଣ ପରୀକ୍ଷା ଦେଇଛନ୍ତି । ସବୁ ସେଣ୍ଟରରେ ସିସିଟିଭିର ବ୍ୟବସ୍ଥା କରାଯାଇଥିଲା । ପେପର୍ ଲିକ୍ ରୋକିବାକୁ ବିଶେଷ ଧ୍ୟାନ ଦିଆଯାଇଥିଲା । ଏଥର ପରୀକ୍ଷାରେ କପି ରୋକିବାକୁ ୫ ଥାକିଆ ସ୍କ୍ୱାଡ୍ ।
ଆସନ୍ତାକାଲି ପ୍ରକାଶ ପାଇବ +୨ ରେଜଲ୍ଟ, ଏପ୍ରିଲ ୨ରେ ଆରମ୍ଭ ହୋଇଥିଲା ଖାତା ଦେଖା
Advertisment
Follow Us