ବର୍ଷା ଧୋଇଦେଲା ବ୍ରିସବେନ ଟେଷ୍ଟର ପ୍ରଥମ ମ୍ୟାଚ୍ । ୧୩ଓଭର ଖେଳି ଅଷ୍ଟ୍ରେଲିଆର ୨୮ରନ..

ବର୍ଷା ଧୋଇଦେଲା ବ୍ରିସବେନ ଟେଷ୍ଟର ପ୍ରଥମ ମ୍ୟାଚ୍ । ୧୩ ଓଭର ଖେଳି ଅଷ୍ଟ୍ରେଲିଆର ୨୮ରନ । ସେପଟେ ପ୍ଲେଇଙ୍ଗ ଇଭେନ ଭାରତର ଅଦଳବଦଳ । ଫେରିଲେ ଆକାଶଦୀପ ଓ ରବିନ୍ଦ୍ର ଜଡେଜା ।

kohli MM

କନକ ବ୍ୟୁରୋ:  ବ୍ରିସବେନରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚ୍ ଆରମ୍ଭ ହୋଇଛି । ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ୍ କୁ ଦୃଷ୍ଟିରେ ରଖି ଉଭୟ ଦଳ ପାଇଁ ଏହି ମ୍ୟାଚ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ଏହି ମ୍ୟାଚ ଆଗରେ ଏକ ବଡ଼ ପ୍ରତିବନ୍ଧକ ଦେଖାଦେଇଛି । ତାହା ହେଉଛି ବର୍ଷା । ପ୍ରଥମ ଦିନରେ ମାତ୍ର ୧୩.୨ ଓଭର ଖେଳାଯିବା ପରେ ଲଗାଣ ବର୍ଷା ଯୋଗୁଁ ପ୍ରଥମ ଦିନର ଖେଳ ବାତିଲ ହୋଇଥିଲା। ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ କୌଣସି ଓ୍ବିକେଟ ନ ହରାଇ  ୨୮ ରନ କରିଛି, କିନ୍ତୁ ଗାବା ଟେଷ୍ଟର ଦ୍ୱିତୀୟ ଦିନରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି ।  


ପାଣିପାଗ ଏଜେନ୍ସିମାନଙ୍କ ଅନୁସାରେ  ଡିସେମ୍ବର ୧୫ରେ ସକାଳ ସମୟରେ ବର୍ଷା ହେବାର ୪୬% ସମ୍ଭାବନା ରହିଛି ଏବଂ ଅପରାହ୍ନରେ ଆକାଶ ମେଘୁଆ ରହିବ। ଏଭଳି ସ୍ଥିତିରେ ବର୍ଷା ମଧ୍ୟ ଦ୍ବିତୀୟ ଦିନର ଖେଳରେ ବାଧକ ସାଜିପାରେ । କେବେଳ ଏତିକି ନୁହେଁ, ଗାବା ଟେଷ୍ଟର ସମସ୍ତ ପାଞ୍ଚ ଦିନ ବର୍ଷା ହେବାର ସମ୍ଭାବନା ରହିଛି । ଖେଳର ତୃତୀୟ ଦିନରେ ବର୍ଷାର ୪୬ ପ୍ରତିଶତ ସମ୍ଭାବନା ରହିଛି ।  ଏପରି ସ୍ଥିତିରେ ମ୍ୟାଚକୁ ନେଇ ସଂଦେହ ଦେଖାଦେଇଛି  ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe