ପିଇଓ ବାବୁଙ୍କ ଖୋଲାଖୋଲି ଧମକ : କହିଲେ ଘରୁ ଉଠାଇନେବି , ସୋସିଆଲ ମିଡିଆରେ ଭାଇରାଲ ଭିଡିଓ

ଖୋଲାଖୋଲି ଧମକ ଦେଲେ ସରକାରୀ ବାବୁ। ଚଳାଇଲେ ଗୁଣ୍ଡାରାଜ   ।  ସୋସିଆଲ ମିଡିଆରେ ଭିଡିଓ ଭାଇରଲ  ।  ଘରୁ ଉଠାଇ ନେବି, ମୋତେ ଚିହ୍ନି ନାହଁ ଏଭଳି କହି ଜଣେ ପିଇଓ ସମସ୍ତଙ୍କ ସାମ୍ନାରେ ପଞ୍ଚାୟତ କାର୍ୟ୍ୟାଳୟ ପରିସରରେ ସ୍ଥାନୀୟ ବାସିନ୍ଦାଙ୍କୁ ଖୋଲାଖୋଲି ଦେଉଛନ୍ତି ଧମକ

42

Photograph: (kanaknews)

କନକବ୍ୟୁରୋ : ଖୋଲାଖୋଲି ଧମକ ଦେଲେ ସରକାରୀ ବାବୁ। ଚଳାଇଲେ ଗୁଣ୍ଡାରାଜ   ।  ସୋସିଆଲ ମିଡିଆରେ ଭିଡିଓ ଭାଇରଲ  ।  ଘରୁ ଉଠାଇ ନେବି, ମୋତେ ଚିହ୍ନି ନାହଁ ଏଭଳି କହି ଜଣେ ପିଇଓ ସମସ୍ତଙ୍କ ସାମ୍ନାରେ ପଞ୍ଚାୟତ କାର୍ୟ୍ୟାଳୟ ପରିସରରେ ସ୍ଥାନୀୟ ବାସିନ୍ଦାଙ୍କୁ ଖୋଲାଖୋଲି ଦେଉଛନ୍ତି ଧମକ  ।  ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରଲ ହେବାରେ ଲାଗିଛି  ।

ଏ ସରକାରୀ ବାବୁ ହେଲେ କପ୍ତିପଦା ବ୍ଲକ ମାଙ୍କଡ଼ପଡା ପଞ୍ଚାୟତର ପିଇଓ ପ୍ରଶାନ୍ତ ପଟ୍ଟନାୟକ  ।   ଯିଏ କି ଗତ ମାସ ସରକାରଙ୍କ ତରଫରୁ ଆରମ୍ଭ ହୋଇଥିବା ବିକାଶ ବାହାନ କାର୍ଯ୍ୟକ୍ରମରେ ନୋଡାଲ ଅଫିସର ଦାୟିତ୍ୱରେ ଥିଲେ  । ବିକାଶ ବାହାନ ରଥ ଉଦଘାଟନ ଦିନ ମାଙ୍କଡ଼ପଡା ପଞ୍ଚାୟତ କାର୍ୟ୍ୟାଳୟ ପରିସରରେ ଏହି ଘଟଣା ଘଟିଥିଲା   । ଅଚାନକ ନୋଡାଲ ଅଫିସର ଦାୟିତ୍ୱରେ ଥିବା ପିଇଓ ପ୍ରଶାନ୍ତ ପଟ୍ଟନାୟକ ଜଣେ ବ୍ୟକ୍ତିଙ୍କୁ ଅସମ୍ମାନ କରିଥିଲେ   ।  ଏହା ସହିତ ଖୋଲାଖୋଲି ଧମକ ଦେଉଥିବା ଭିଡିଓ ଭାଇରାଲ ହେବାରେ ଲାଗିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe