ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଗଡ଼ରେ କ'ଣ କରିବାକୁ ଯାଉଛନ୍ତି ରାହୁଲ ଗାନ୍ଧୀ, ଜାଣନ୍ତୁ ବିହାର ପାଇଁ କ'ଣ ରଣନୀତି ପ୍ରସ୍ତୁତ କରିଛି କଂଗ୍ରେସ

ବିହାରର ଜଣେ ରାଜନୈତିକ ବିଶ୍ଲେଷକ କହିଛନ୍ତି କି, ବିହାରରେ ଦୁର୍ବଳ ହୋଇପଡିଥିବା କଂଗ୍ରେସକୁ ପୁଣିଥରେ ଆଗକୁ ନେବାକୁ କଂଗ୍ରେସ ଏଥର ପୂର୍ଣ୍ଣ ରଣନୀତି ସହକାରେ ଆଗକୁ ବଢୁଛି । ଏହା ପୂର୍ବରୁ ରାହୁଲ ବିହାରର ଦରଭଙ୍ଗା,  ପାଟନାରେ ସଭା କରି ଦଳିତ ଓ ଅଳ୍ପସଂଖ୍ୟକଙ୍କୁ ବଡ଼ ମେସେଜ ଦେଇଛନ୍ତି ।

FDGSFDDFD

କନକ ବ୍ୟୁରୋ : ପୁଣିଥରେ ବିହାର ଗସ୍ତରେ ଆସୁଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ଏଥର ରାହୁଲ ଗାନ୍ଧୀ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଗଡ଼ କୁହାଯାଉଥିବା ନାଳନ୍ଦାରେ ସଭା କରିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତର ଗୋଟିଏ ସପ୍ତାହ ଭିତରେ ଅର୍ଥାତ ଆସନ୍ତା କାଲି ରାହୁଲ ଗାନ୍ଧୀ ବିହାରରେ ରଣହୁଙ୍କାର ଦେବେ । ବିହାର ମୋଟ ଜନସଂଖ୍ୟାର ଓବିସି ଓ ଇବିସିଙ୍କ ସଂଖ୍ୟା ପାଖାପାଖି ୩୬ ପ୍ରତିଶତ । ଯାହା କି ନିର୍ବାଚନକୁ ପ୍ରଭାବିତ କରିବାରେ ବଡ଼ ଭୂମିକା ନିର୍ବାହ କରିଥାଏ । ନାଳନ୍ଦାରେ ରାହୁଲ ଗାନ୍ଧୀ ଓବିସି ଓ ଇବିସିଙ୍କ ଉଦ୍ଦେଶ୍ୟରେ  ଜନସଭା କରିବାକୁ ଯାଉଛନ୍ତି । ଏହି ସମ୍ମିଳନୀରେ ରାହୁଲ ଗାନ୍ଧୀ ପଳାୟନ ରୋକିବା, ଚାକିରି ଦେବା ଏବଂ ନ୍ୟାୟକୁ ନେଇ ଜନସାଧାରଣଙ୍କୁ ଉଦବୋଧନ ଦେବେ । କଂଗ୍ରେସର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବିହାରରେ ନୀତିଶଙ୍କ ଭୋଟ ବ୍ୟାଙ୍କ ଉପରେ ଫୋକସ୍ କରିବା । ଏହାସହ ବିହାରରେ ନୀତିଶ କୁମାର ୨୦ ବର୍ଷ ଧରି ମୁଖ୍ୟମନ୍ତ୍ରୀ ରହିଥିଲେ ବି ରାଜ୍ୟରେ ଶିକ୍ଷା ଓ ରୋଜଗାର ବ୍ୟବସ୍ଥା କିଭଳି ଧ୍ୱଂସ ହେବାରେ ଲାଗିଛି ତାହା ବିହାର ଜନତାଙ୍କୁ ଅବଗତ କରାଇବାକୁ ରାହୁଲ ଗାନ୍ଧୀ ଅଣ୍ଟା ଭିଡିଛନ୍ତି ।

ବିହାରର ଜଣେ ରାଜନୈତିକ ବିଶ୍ଳେଷକ କହିଛନ୍ତି କି, ବିହାରରେ ଦୁର୍ବଳ ହୋଇପଡିଥିବା କଂଗ୍ରେସକୁ ପୁଣିଥରେ ଆଗକୁ ନେବାକୁ କଂଗ୍ରେସ ଏଥର ପୂର୍ଣ୍ଣ ରଣନୀତି ସହକାରେ ଆଗକୁ ବଢୁଛି । ଏହା ପୂର୍ବରୁ ରାହୁଲ ବିହାରର ଦରଭଙ୍ଗା,  ପାଟନାରେ ସଭା କରି ଦଳିତ ଓ ଅଳ୍ପସଂଖ୍ୟକଙ୍କୁ ବଡ଼ ମେସେଜ ଦେଇଛନ୍ତି । ରାଜନୈତିକ ବିଶ୍ଳେଷକଙ୍କ ମତରେ ବିହାରରେ ସବର୍ଣ୍ଣ ଲୋକମାନେ କଂଗ୍ରେସ ଠାରୁ ମୁହଁ ଫେରାଇସାରିଛନ୍ତି । ତେଣୁ ଦଳ ଏବେ ଦଳିତ, ପଛୁଆବର୍ଗ ଓ ଅଳ୍ପସଂଖ୍ୟକଙ୍କ ଭୋଟକୁ ନଜର କରିଛି । ଅଳ୍ପସଂଖ୍ୟକ ଓ ଅତି ପଛୁଆବର୍ଗଙ୍କ ସହାୟତାରେ ଦଳ ଏବେ ଆରଜେଡି ଠାରୁ ଭିନ୍ନ ନିଜର ସ୍ୱତନ୍ତ୍ର ଛବି ପ୍ରସ୍ତୁତ କରିବା କାମରେ ଲାଗିଛି ।

ଏଥର ସଭା ସିଧାସଳଖ ନୀତିଶଙ୍କ ପାରମ୍ପରିକ ଗଡ଼ କୁହାଯାଉଥିବା ନାଳନ୍ଦାରେ ହେବ । କାରଣ ନାଳନ୍ଦାରେ କୁର୍ମୀ, ଓ କୁଶୱାହା ସମ୍ପ୍ରଦାୟ ସବୁଠାରୁ ଅଧିକ ବାସ କରନ୍ତି । ଏଠାରେ ସେ ଓବିସି ଓ ଇବିସି ସମ୍ମିଳନୀକୁ ଉଦବୋଧନ ଦେଇ ନୀତିଶ କୁମାରଙ୍କ ଭୋଟକୁ ଭାଙ୍ଗିବାକୁ ଚେଷ୍ଟା କରିବେ । 

ସୂଚନା ଥାଉକି, ୨୦୨୦ ସାଧାରଣ ନିର୍ବାଚନରେ କଂଗ୍ରେସ ମହାମେଣ୍ଟରେ ସାମିଲ ହୋଇ ୭୦ ଟି ଆସନରେ ନିର୍ବାଚନ ଲଢିଥିଲା । ହେଲେ ଦଳ ଦୁର୍ବଳ ପ୍ରଦର୍ଶନ ପୂର୍ବକ ୧୯ ଟି ଆସନରେ ବିଜୟୀ ହୋଇଥିଲା । ହେଲେ ଏଥର ରାହୁଲ ଗାନ୍ଧୀ ଜାନୁଆରୀ ୧୮, ଫେବ୍ରୁଆରି  ୪,  ଏପ୍ରିଲ ୭, ମେ'୧୫, ଓ ଏବେ ଜୁନ ୬ ତାରିଖରେ ବିହାର ଯାତ୍ରା କରି ଦଳର ସ୍ଥିତିକୁ ମଜଭୁତ କରିବାକୁ ଚେଷ୍ଟା କରୁଛନ୍ତି । ହେଲେ ଗତ ନିର୍ବାଚନରେ କଂଗ୍ରେସର ଦୁର୍ବଳ ପ୍ରଦର୍ଶନ ପାଇଁ ମହାମେଣ୍ଟ ସରକାର ଗଠନ କରିବାରେ ବିଫଳ ହୋଇଥିବାରୁ ଚଳିତ ନିର୍ବାଚନରେ ମହାମେଣ୍ଟରୁ କଂଗ୍ରେସକୁ କେତେ ଆସନ ମିଳିବ ତାହା ସ୍ପଷ୍ଟ ହୋଇପାରିନାହିଁ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe