ଜୁଲାଇ ୨୧ ରୁ ସଂସଦରେ ମୌସୁମୀ ଅଧିବେଶନ, ୮ଟି ବିଲ୍ ଆଗତ କରିବାକୁ ସରକାର ପ୍ରସ୍ତୁତ

ସଂସଦର ଆଗାମୀ ଅଧିବେଶନରେ ମଣିପୁରରେ ରାଷ୍ଟ୍ରପତି ଶାସନ, ଜିଏସଟି (ସଂଶୋଧନ), ଜନ ବିଶ୍ୱାସ (ସଂଶୋଧନ), ଭାରତୀୟ ସଂସ୍ଥାନ ପ୍ରବନ୍ଧନ (ସଂଶୋଧନ), କର ଆଇନ (ସଂଶୋଧନ), ଭୂ ଐତିହ୍ୟ ସ୍ଥଳୀ ଓ ଭୂ-ଆବଶେଷ (ସୁରକ୍ଷା ଓ ରକ୍ଷଣାବେକ୍ଷଣ), ଖଣି (ଉନ୍ନତି ଓ ନିୟମ) , ରାଷ୍ଟ୍ରୀୟ କ୍ରୀଡ଼ା ପ୍ରଶାସନ ବିଲ୍, ରାଷ୍ଟ୍ରୀୟ ଡୋପିଂ ବିରୋଧୀ (ସଂଶୋଧନ)

50

କନକ ବ୍ୟୁରୋ : ସଂସଦରେ ମୌସୁମୀ ଅଧିବେଶନ ଜୁଲାଇ ୨୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏହି ଅଧିବେଶନରେ ସରକାର ୮ଟି ବିଲ୍ ଆଗତ କରିବାକୁ ପ୍ରସ୍ତୁତ ହେଉଛନ୍ତି । ଏହି ବିଲ୍ ମଧ୍ୟରେ ମଣିପୁରରେ ରାଷ୍ଟ୍ରପତି ଶାସନ ସହିତ ଜଡ଼ିତ ବିଲ୍ ମଧ୍ୟ ରହିଛି । ମଣିପୁରରେ ରାଷ୍ଟ୍ରପତି ଶାସନ ଆଉ କିଛି ଦିନ ଚାଲୁ ରଖିବାକୁ ସରକାର ଯୋଜନା କରୁଛନ୍ତି । ମଣିପୁରରେ ଫେବୃଆରୀ ୧୩ ତାରିଖରୁ ରାଷ୍ଟ୍ରପତି ଶାସନ ଲାଗୁ ହୋଇଛି । ଗୋଟିଏ ରାଜ୍ୟରେ ରାଷ୍ଟ୍ରପତି ଶାସନ ପାଇଁ ସରକାର ପ୍ରତି ୬ ମାସରେ ସଂସଦର ଅନୁମତି ନେବା ନିହାତି ଜରୁରୀ । 

ସଂସଦର ଆଗାମୀ ଅଧିବେଶନରେ ମଣିପୁରରେ ରାଷ୍ଟ୍ରପତି ଶାସନ, ଜିଏସଟି (ସଂଶୋଧନ), ଜନ ବିଶ୍ୱାସ (ସଂଶୋଧନ), ଭାରତୀୟ ସଂସ୍ଥାନ ପ୍ରବନ୍ଧନ (ସଂଶୋଧନ), କର ଆଇନ (ସଂଶୋଧନ), ଭୂ ଐତିହ୍ୟ ସ୍ଥଳୀ ଓ ଭୂ-ଆବଶେଷ (ସୁରକ୍ଷା ଓ ରକ୍ଷଣାବେକ୍ଷଣ), ଖଣି (ଉନ୍ନତି ଓ ନିୟମ) , ରାଷ୍ଟ୍ରୀୟ କ୍ରୀଡ଼ା ପ୍ରଶାସନ ବିଲ୍, ରାଷ୍ଟ୍ରୀୟ ଡୋପିଂ ବିରୋଧୀ (ସଂଶୋଧନ)

ସେହିପରି ଏହି ବିଲ୍ ଗୁଡିକୁ ମଧ୍ୟ ଲୋକସଭାରେ ପାରିତ କରାଯିବାର ସମ୍ଭାବନା ରହିଛି । ଗୋଆ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଅନୁସୂଚିତ ଜନଜାତି ପ୍ରତିନିଧିତ୍ୱ, ପୁନଃସମନ୍ୱୟ ବିଲ, ମାଚେଣ୍ଟ ଶିପିଂ ବିଲ୍, ଭାରତୀୟ ବନ୍ଦର ବିଲ-୨୦୨୫, ଆୟକର ବିଲ ୨୦୨୫ । ସରକାର ସଂସଦରେ ଏସବୁ ବିଲ୍ ଆଗତ କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ବିରୋଧୀ କିନ୍ତୁ ମଣିପୁର, ବିହାରରେ ନାଗରିକତା ସଂଶୋଧନ ପ୍ରକ୍ରିୟା ଭଳି କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହେଉଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe