୫ ବର୍ଷ ପରେ ବି ସରୁନି ପାର୍କ କାମ; ପାଣିରେ ପଡ଼ିଲା ୫୦ ଲକ୍ଷ

୫ ବର୍ଷ ପରେ ବି ସରୁନି ପାର୍କ କାମ ।  ମାଲକାନଗିରି ମାଥିଲିରେ ପାର୍କ ପାଚେରିରେ ସୀମିତ ପ୍ରକଳ୍ପ । ୫୦ ଲକ୍ଷ ପଡ଼ିଲା ପାଣିରେ । 

Park

Park Photograph: (KanakNews)

କନକ ବ୍ୟୁରୋ: ମାଲକାନଗିରି ମାଥିଲିରେ ଫେଲ୍‌ ମାରିଛି ସରକାରୀ ଯୋଜନା । ଦୀର୍ଘ ୫ବର୍ଷ ହେଲାଣି ପାର୍କ କାମ ସରୁନି । ଖାଲି ପାଚେରି ନିର୍ମାଣ କରି କାମ ସାରିଦେଇଛନ୍ତି ବିଭାଗୀୟ ବାବୁ । ଅଧପନ୍ତରିଆ କାମ ବି ସେ ପାଚେରି ବି ନଷ୍ଟ ହେବାକୁ ବସିଲାଣି । 

ମାଲକାନଗିରି ମାଥିଲି ବ୍ଲକ କାର୍ଯ୍ୟାଳୟ ଠାରୁ ମାତ୍ର ୫୦୦ ମିଟର ଦୂର ଝୁଲୁନିବାହାଲରେ ଚାଲିଛି ପାର୍କ କାମ । ଏଥିପାଇଁ ମନରେଗାରେ ୩୦ ଲକ୍ଷ ଏବଂ ବ୍ଲକ୍‌ ପକ୍ଷରୁ ୨୦ ଲକ୍ଷ ଟଙ୍କା ବ୍ୟୟ ବରାଦ ହୋଇଛି । ୨୦୨୦ରୁ କାମ ଆରମ୍ଭ ହୋଇଛି । ୫ ବର୍ଷରେ ଖର୍ଚ୍ଚ ହୋଇଛି ମାତ୍ର ୧୦% ଅର୍ଥ । ଅଧାଗଢ଼ା ପାଚେରିରେ ଅଟକିଛି ପ୍ରକଳ୍ପ । ବଳକା ଅର୍ଥକୁ ବିନିଯୋଗ କରି ପାର୍କ କାମ ସାରିବାକୁ ବ୍ଲକ୍‌ ପ୍ରଶାସନ ମନଯୋଗ ଦେଉନଥିବା ଅଭିଯୋଗ ହୋଇଛି ।   ନିର୍ମାଣାଧୀନ ପାର୍କ ଏବେ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ପାଲଟିଛି । ପ୍ରକଳ୍ପ କାମରେ ବିଳମ୍ବ ପାଇଁ ବ୍ଲକ ପ୍ରଶାସନକୁ ଦାୟୀ କରିଛନ୍ତି ସ୍ଥାନୀୟ ବାସିନ୍ଦା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe