ମିଳିତ ଜାତିସଂଘରେ ଖୋଲିଲା ପାକିସ୍ତାନର ପୋଲ, ପହଲଗାମ ଆକ୍ରମଣ ପଛରେ ଆତଙ୍କୀ ସଂଗଠନ ଲସ୍କର ଏ ତୋଏବା

ଦ ରେଜିଷ୍ଟାନ୍ସ ଫ୍ରଣ୍ଟ ବା ଟିଆରଏଫ୍ ଏହି ଆକ୍ରମଣର ଦାୟିତ୍ଵ ଦୁଇଥର ନେଇଥିଲା ଓ ଘଟଣାସ୍ଥଳର ଫଟୋ ମଧ୍ୟ ପ୍ରକାଶ କରିଥିଲା । ୟୁଏନଏସସି ର ୩୬ତମ ରିପୋର୍ଟରେ କୁହାଯାଇଛି , ଏହି ଆକ୍ରମଣରେ ଲସ୍କର-ଏ-ତୋଇବାର ସମର୍ଥନ ଥିଲା, ଯାହା ପାକିସ୍ତାନର ଦାବିକୁ ଖଣ୍ଡନ କରୁଛି ।

1

କନକ ବ୍ୟୁରୋ : ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ ୟୁଏନଏସିର ଟିମ୍‌ ଜଣାଇଛି ଜମ୍ମୁ-କାଶ୍ମୀରର ପହଲଗାମ ଆତଙ୍କବାଦୀ ଆକ୍ରମଣ ପାକିସ୍ତାନ ଅଧୀନସ୍ଥ ଲସ୍କର-ଏ-ତୋଇବାର ସମର୍ଥନରେ ହୋଇଛି । ଦ ରେଜିଷ୍ଟାନ୍ସ ଫ୍ରଣ୍ଟ ବା ଟିଆରଏଫ୍ ଏହି ଆକ୍ରମଣର ଦାୟିତ୍ଵ ଦୁଇଥର ନେଇଥିଲା ଓ ଘଟଣାସ୍ଥଳର ଫଟୋ ମଧ୍ୟ ପ୍ରକାଶ କରିଥିଲା । ୟୁଏନଏସସି ର ୩୬ତମ ରିପୋର୍ଟରେ କୁହାଯାଇଛି , ଏହି ଆକ୍ରମଣରେ ଲସ୍କର-ଏ-ତୋଇବାର ସମର୍ଥନ ଥିଲା, ଯାହା ପାକିସ୍ତାନର ଦାବିକୁ ଖଣ୍ଡନ କରୁଛି । ଭାରତୀୟ ସୁରକ୍ଷା ବାହିନୀ ଓ ଜାତୀୟ ତଦନ୍ତ ଏଜେନ୍ସି ତଦନ୍ତରୁ ଜଣାପଡ଼ିଛି ଯେ ଏହି ଆକ୍ରମଣ ପାକିସ୍ତାନର ଆଇଏସଆଇ ଓ ଲସ୍କରର ସମର୍ଥନରେ ହୋଇଥିଲା । ପାକିସ୍ତାନ ଏହି ଅଭିଯୋଗକୁ ଅସ୍ଵୀକାର କରିଥିଲେ ମଧ୍ୟ, ୟୁଏନଏସସି ରିପୋର୍ଟ ପାକିସ୍ତାନର ମିଛକୁ ଧରାପକାଇଛି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe