କାଳ ହେଲା ଅନଲାଇନ୍ ଗେମ୍, ମୋବାଇଲ ନଦେବାରୁ ଜୀବନ ହାରିଲେ ଯୁବକ

ସୂଚନା ଅନୁସାରେ ୨୦ ବର୍ଷିୟ ଯୁବକ ଆନନ୍ଦ ଗତକାଲି ଫ୍ରି ଫାୟାର ଗେମ୍ ଖେଳୁଥିଲେ । ତାଙ୍କ ମାଆ ଗାଳିଦେବା ସହ ମୋବାଇଲ ଛଡ଼ାଇ ନେଇଯାଇଥିଲେ ।

qþKKþqKZKþqKþ

କନକ ବ୍ୟୁରୋ : କାଳ ହେଲା ଅନଲାଇନ ଗେମ୍ । ମୋବାଇଲ୍ ନଦେବାରୁ ଜୀବନ ହାରିଲେ ଯୁବକ । ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ କୀର୍ତନିଆ ଗାଁର ଜଣେ ଯୁବକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ୨୦ ବର୍ଷିୟ ଯୁବକ ଆନନ୍ଦ ଗତକାଲି ଫ୍ରି ଫାୟାର ଗେମ୍ ଖେଳୁଥିଲେ । ତାଙ୍କ ମାଆ ଗାଳିଦେବା ସହ ମୋବାଇଲ ଛଡ଼ାଇ ନେଇଯାଇଥିଲେ । ତେବେ ସେହି କାରଣରୁ ଯୁବକ ଜଣଙ୍କ ଗତକାଲି ରାତିରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଏନେଇ ପରିବାର ଲୋକ ଲକ୍ଷ୍ମୀପାଟଣା ଫାଣ୍ଡିରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଆନନ୍ଦଙ୍କ ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe