ଅନଲାଇନ୍ ବେଟିଂ ଆପ୍ ମାମଲା, ୨୯ କଳାକାରଙ୍କୁ ଇଡିର ନୋଟିସ

ଏକ ଅନଲାଇନ୍ ବେଟିଂ ଆପ୍ ଠକେଇ ମାମଲାରେ ବିଜୟ ଦେବରକୋଣ୍ଡା, ରାଣା ଦୁଗବତି, ମାଞ୍ଚୁ ଲକ୍ଷ୍ମୀ, ପ୍ରକାଶ ରାଜ, ନିଧି ଅଗ୍ରୱାଲ, ଅନନ୍ୟା ନାଗାଲା ଏବଂ ଶ୍ରୀମୁଖୀ ସମେତ ୨୯ ଜଣ ସେଲିବ୍ରିଟିଙ୍କ ବିରୋଧରେ ତଦନ୍ତ ଆରମ୍ଭ ହୋଇଛି ।

47

କନକ ବ୍ୟୁରୋ :  କଳାକାରଙ୍କ ଉପରେ ଇଡିର ଛାଟ । ଦକ୍ଷିଣ ଭାରତ ସିନେମାର ପ୍ରାୟ ୨୯ କଳାକାର ଏବେ ଅନଲାଇନ ବେଟିଂ ଆପସ ମାମଲାରେ ଫସିଛନ୍ତି । ଜେରା ପାଇଁ ଏମାନଙ୍କୁ ନୋଟିସ ଜାରି କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏକ ଅନଲାଇନ୍ ବେଟିଂ ଆପ୍ ଠକେଇ ମାମଲାରେ ବିଜୟ ଦେବରକୋଣ୍ଡା, ରାଣା ଦୁଗବତି, ମାଞ୍ଚୁ ଲକ୍ଷ୍ମୀ, ପ୍ରକାଶ ରାଜ, ନିଧି ଅଗ୍ରୱାଲ, ଅନନ୍ୟା ନାଗାଲା ଏବଂ ଶ୍ରୀମୁଖୀ ସମେତ ୨୯ ଜଣ ସେଲିବ୍ରିଟିଙ୍କ ବିରୋଧରେ ତଦନ୍ତ ଆରମ୍ଭ ହୋଇଛି । ସାଇବରାବାଦ ପୋଲିସର ଏକ ଏଫଆଇଆର ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରାଯାଉଛି, ଯେଉଁଥିରେ କୋଟି କୋଟି ଟଙ୍କାର ଏକ ଅନଲାଇନ୍ ବେଟିଂ ରାକେଟର ଖୁଲାସା ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe