କନକ ବ୍ୟୁରୋ : ସମ୍ୱଲପୁର ବିଜେଡି ଫାଳଫାଳ। ପ୍ରତିଷ୍ଠାଦିବସରେ ସାମ୍ନାକୁ ଆସିଲା ବିଜୁ ଜନତା ଦଳର ଗୋଷ୍ଠୀ କନ୍ଦଳ। ସମ୍ବଲପୁରରେ ବି ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମକୁ ଆସିଲେନି ନେତାମାନେ ସେପଟେ ରୋହିତ ପୂଜାରୀଙ୍କ ବିସ୍ପୋରକ ବୟାନ। ୨୪ ନିର୍ୱାଚନରେ ଶୋଚନୀୟ ପରାଜୟ ପରେ ଏମିତି ସ୍ଥିତି ବିଜେଡି ଭବିଷ୍ୟତକୁ ନେଇ ଆଶଙ୍କା ଦେଖାଦେଇଛି। ସେପଟେ ବିଜେପି ନେତା ଜୟନାରାଣୟ ମିଶ୍ର ପୁଣି ଥରେ କହିଛନ୍ତି ହୁଇସିଲ ମାରିଲେ ବିଜେଡି ଭାଙ୍ଗିଯିବ।..
ସମ୍ବଲପୁର ବିଜେଡିର ପ୍ରତିଷ୍ଠା ଦିବସ ମଂଚକୁ ଦେଖନ୍ତୁ। ମଞ୍ଚରେ ନାହାନ୍ତି ଦଳର ଅନେକ ନେତା। ଆଜି ପ୍ରତିଷ୍ଠା ଦିବସ ପାଳନ କରାଯାଉଥିବାବେଳେ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ଅନେକ ବରିଷ୍ଠ ନେତାଙ୍କୁ ଦେଖିବାକୁ ମିଳିନି। ଯାହାକୁ ନେଇ ରୋହିତ ପୂଜାରୀ ମୁହଁ ଖୋଲିଛନ୍ତି । ସେ କହିଛନ୍ତି, ଯେଉଁମାନେ ଆସିନାହାନ୍ତି ସେମାନେ କାଲି ବି ଦଳରେ ନଥିଲେ ଆଜି ବି ନାହାନ୍ତି । ସେମାନେ ନିର୍ବାଚନ ସମୟରେ ବିଜେପି ପାଇଁ କାମ କରିଛନ୍ତି ବୋଲି କହିଛନ୍ତି ରୋହିତ ।
ସେପଟେ ବିଜେଡି ନେତାଙ୍କୁ କଟାକ୍ଷ କରିଛନ୍ତି ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର। ସେ କହିଛନ୍ତି ହୁଇସିଲ୍ ମାରିଲେ ବିଜେଡି ଭାଙ୍ଗିଯିବ । ବିଜେଡିର ସବୁ ନେତା ବିଜେପି ଯୋଗାଯୋଗରେ ଅଛନ୍ତି । ସମୟ ଆସିଲେ ହୁଇସିଲ ମରାଯିବ ବୋଲି ଜୟନାରାୟଣ ମିଶ୍ର କହିଛନ୍ତି ।
ପ୍ରତିଷ୍ଠା ଦିବସରେ ବି ଦଳୀୟ ନେତାଙ୍କ ନିୟମକୁ ଖୋଲା ଉଲ୍ଲଘଂନ । ବିଜେଡିର ଏକାଠି ନହେବାର ଦଳର ଭବିଷ୍ୟତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/media_files/2024/12/26/PFR9lrC5HiYK9dYS58VI.jpg)