ଚାକିରି ଶେଷ ଦିନରେ ସରିଗଲା ଆୟୁଷ, ଅବସରକାଳୀନ ସମ୍ବର୍ଦ୍ଧନା ପରେ ହୃଦଘାତରେ ଚାଲିଗଲା ପିଇଓଙ୍କ ଜୀବନ

ନବରଙ୍ଗପୁର କୋଷାଗୁମୁଡା ବ୍ଲକରେ କାର୍ଯ୍ୟରତ  ଥିଲେ ପିଇଓ ଭୀମସେନ ପ୍ରଧାନୀ । ମେ' ୩୧ ତାରିଖ ତାଙ୍କ କର୍ମମୟ ଜୀବନର ଶେଷ ଦିନ ଥିଲା । ତାଙ୍କ ଅବସରକୁ ଆନନ୍ଦମୟ କରିବା ପାଇଁ ଇନ୍ଦୋରରୁ ଆସିଥିଲେ ସଂପର୍କୀୟ । ପୁଟଗାଁ ଘରେ ସମସ୍ତେ ଏକାଠି ହୋଇଥିଲେ । ହେଲେ ଚାକିରିରୁ ଅବସର ନେବା ଆଗରୁ ହୃତଘାତରେ ଭୀମସେନଙ୍କ ମୃତ୍ୟୁ ଘଟିଛି । ଯାହାକୁ କେହି ଗ୍ରହଣ କରିପାରୁନାହାନ୍ତି । 

þ}ZZKþZZþ}Zþþ

କନକ ବ୍ୟୁରୋ : ଅବସର ଦିନ ହେଲା ଜୀବନର ଶେଷ ଦିନ । ଚାକିରି ସରିଲା, ଜୀବନ ଖାତାରୁ ବି ଫର୍ଦ୍ଦ ସରିଗଲା । ଆୟୁଷ କ୍ୟାଲେଣ୍ଡର ସମୟ ସରିଗଲା । ଆରପାରିକୁ ଚାଲିଗଲେ ପିଇଓ ଭୀମସେନ ପ୍ରଧାନୀ । ମାଲକାନଗିରି ମାଥିଲି ବ୍ଲକ ଅନ୍ତର୍ଗତ ପୁଟଗାଁରୁ ଆସିଛି ଏପରି ଅଭାବନନୀୟ ମୃତ୍ୟୁର କାହାଣୀ । 

ନବରଙ୍ଗପୁର କୋଷାଗୁମୁଡା ବ୍ଲକରେ କାର୍ଯ୍ୟରତ  ଥିଲେ ପିଇଓ ଭୀମସେନ ପ୍ରଧାନୀ । ମେ' ୩୧ ତାରିଖ ତାଙ୍କ କର୍ମମୟ ଜୀବନର ଶେଷ ଦିନ ଥିଲା । ତାଙ୍କ ଅବସରକୁ ଆନନ୍ଦମୟ କରିବା ପାଇଁ ଇନ୍ଦୋରରୁ ଆସିଥିଲେ ସଂପର୍କୀୟ । ପୁଟଗାଁ ଘରେ ସମସ୍ତେ ଏକାଠି ହୋଇଥିଲେ । ହେଲେ ଚାକିରିରୁ ଅବସର ନେବା ଆଗରୁ ହୃତଘାତରେ ଭୀମସେନଙ୍କ ମୃତ୍ୟୁ ଘଟିଛି । ଯାହାକୁ କେହି ଗ୍ରହଣ କରିପାରୁନାହାନ୍ତି । 

 ଏ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ପୁରା ପରିବାର ଦୁଃଖରେ ଭାଙ୍ଗି ପଡ଼ିଛି । ହସଖୁସି, ଲୁହରେ ଭିଜି ଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe