୯୦ ଦିନ ପର୍ଯ୍ୟନ୍ତ ତାଜା ରହିବ OMFED କ୍ଷୀର, ଏବେ ବଢ଼ିବନି ଦର

ବଜାରକୁ ଆସିଲା ଓମଫେଡର ୩ଟି ନୂଆ  ପ୍ରଡକ୍ଟ । ୯୦ ଦିନ ପର୍ଯ୍ୟନ୍ତ ତାଜା ରହିବ OMFED କ୍ଷୀର, ଏବେ ବଢ଼ିବନି ଦର ।

OMFED*********

OMFED********* Photograph: (KanakNews)

କନକ ବ୍ୟୁରୋ: ଗ୍ରାହକଙ୍କ ପାଇଁ ଏବେ କ୍ଷୀର ଦର ବଢ଼ାଇବନି  ଓମଫେଡ୍  । ଏ ନେଇ ସୂଚନା ଦେଇଛନ୍ତି ଓମଫେଡ୍  ପରିଚାଳନା ନିର୍ଦ୍ଦେଶକ  ବିଜୟ ଅମୃତା କୁଲାଙ୍ଗେ । ସେ କହିଛନ୍ତି, ଜୁନ୍ ପହିଲାରୁ ଓମଫେଡ୍ ଚାଷୀଙ୍କୁ ଲିଟର ପିଛା ୩ ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହାଦ୍ବାରା ରାଜ୍ୟର ୨.୫୦ ଲକ୍ଷ ଚାଷୀ ଉପକୃତ ହେବେ । ଏହି କ୍ରମରେ ଓମଫେଡ୍ ଚାଷୀଙ୍କୁ ଲିଟର ପିଛା ୩ ଟଙ୍କା ଅଧିକ ଦାମ୍ ଦେବା ଆରମ୍ଭ କରିଛି । ରାଜ୍ୟ ସରକାର ୨ଟଙ୍କା ଓ ଓମଫେଡ୍ ପକ୍ଷରୁ ଆଉ ୨ଟଙ୍କା ଦିଆଯିବ । ସେଥିରୁ ଦୁଗ୍ଧ ଚାଷୀ ୩ ଟଙ୍କା ପାଇବେ  ଏବଂ ସୋସାଇଟି ଓ ମିଲ୍କ ଫେଡେରେସନକୁ ୨ ଟଙ୍କା ମିଳିବ । ତେବେ ବଡ଼ କଥା ହେଉଛି ଏବେ କ୍ଷୀରର ବଜାର ଦର ବଢ଼ିବ ନାହିଁ ।

Omfed Milk
Omfed Milk Photograph: (KanakNews)

ଅନ୍ୟପଟେ ବଜାରକୁ ଓମଫେଡର ଆଉ ୩ ଟି ପ୍ରଡକ୍ଟ ଆସିଛି ।  ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି  ଓମଫେଡ୍ ୧ କେଜିର ସାଧା ଦହି , ୩୫୦ ମି.ଲି.ର ଘିଅ ପ୍ୟାକେଟ୍ ବଜାରକୁ ଆସୁଛି । ଏହାସହ କାଚ ବୋତଲରେ ୫୦୦ ମି.ଲି. ପ୍ରାକ୍ କ୍ଷୀର ବଜାରକୁ ଆସୁଛି, ଏହା ଦୀର୍ଘ ୯୦ ଦିନ ଯାଏ ତାଜା ରହିପାରିବ  ବୋଲି ପରିଚାଳନା ନିର୍ଦ୍ଦେଶକ କହିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe