Vigilance Awareness Week Photograph: (Kanak News)
କନକ ବ୍ୟୁରୋ : ଓଡ଼ିଶା ସରକାରଙ୍କ ଖଣି ଓ ଇସ୍ପାତ ବିଭାଗ ଅଧୀନରେ ଥିବା ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଓଡ଼ିଶା ଖଣି ନିଗମ ପକ୍ଷରୁ 'ଦୁର୍ନୀତି ନିବାରଣ ସଚେତନତା ସପ୍ତାହ, ୨୦୨୫ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଅଛି । ଅକ୍ଟୋବର ୨୭ ତାରିଖଠାରୁ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ ହେବା ଅବସରରେ ଭୁବନେଶ୍ୱର ସ୍ଥିତ ଓଏମସି ମୁଖ୍ୟ କାର୍ଯ୍ୟାଳୟ ପରିସରରେ ନିଗମର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସୁଧାଂଶୁ ମୋହନ ସାମଲ, ଆଇଏଏସ, ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀମାନଙ୍କୁ କର୍ମକ୍ଷେତ୍ରରେ ସାଧୁତା ଅବଲମ୍ବନ ନେଇ ଶପଥ ପାଠ କରାଇଛନ୍ତି ।
ଏହି ପରିପ୍ରେକ୍ଷୀରେ ନିର୍ଦ୍ଦେଶକ(ଅପରେସନ) ଶ୍ରୀ ସବ୍ୟସାଚୀ ମହାନ୍ତି; ନିର୍ଦ୍ଦେଶକ(ମାନବ ସମ୍ବଳ) ଶ୍ରୀ ଆଲୋକ କୁମାର ପାଲ; ନିର୍ଦ୍ଦେଶକ (ବିତ୍ତ) ଶ୍ରୀ ବନ ବିହାରୀ ପାଣି ଏବଂ ନିଗମର ମୁଖ୍ୟ ଦୁର୍ନୀତି ନିବାରଣ ଅଧିକାରୀ, ଶ୍ରୀ ଦେବେନ୍ଦ୍ର ନନ୍ଦ ପ୍ରମୁଖ ସାମିଲ ହୋଇଥିଲେ ।
ମୁଖ୍ୟ କାର୍ଯ୍ୟାଳୟ ବ୍ୟତୀତ, ଓଏମସିର ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ଖଣି ଅଞ୍ଚଳରେ ମଧ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ସମସ୍ତ ଆଞ୍ଚଳିକ ଖଣି ଅଧିକାରୀ ସକ୍ରିୟ ଭାବେ ଅଂଶଗ୍ରହଣ କରି କର୍ମଚାରୀଙ୍କୁ ଶପଥ ପାଠ କରାଇଥିଲେ। ନିଗମର ସମସ୍ତ କର୍ମଚାରୀମାନେ ଏହି ମହତ୍ ଉଦ୍ଦେଶ୍ୟରେ ସାମିଲ୍ ହୋଇ ନିଗମର ବିକାଶ ପାଇଁ ନିଜର ପ୍ରତିବଦ୍ଧତା ପ୍ରକାଶ କରିବା ସହ ବହୁ ସଂଖ୍ୟାରେ ଅଂଶଗ୍ରହଣ କରିଥିଲେ ।
Follow Us