ଓଡିଶାର ସଂସ୍କୃତି ଓ ଇତିହାସ ଯୋଡିବ ପ୍ରବାସୀ ଭାରତୀୟ : ଆଇନମନ୍ତ୍ରୀଙ୍କ ସୂଚନା ପ୍ରତିଶୃତି ପୁରା କରିବା ଆମର ଲକ୍ଷ୍ୟ

Advertisment

ଓଡ଼ିଶାର ସଂସ୍କୃତି ଓ ଇତିହାସ ସହିତ ପ୍ରବାସୀ ମାନଙ୍କୁ ଯୋଡ଼ିବା ପ୍ରବାସୀ ଭାରତୀୟ ଦିବସର ମୂଳ ଲକ୍ଷ୍ୟ ଓଡ଼ିଶାରେ ଯେଉଁ ସମ୍ଭାବନା ଅଛି ତାକୁ ଜଣେଇବା ଲାଗି ଆୟୋଜନ ହେଉଛି ପ୍ରବାସୀ ଭାରତୀୟ ସମ୍ମିଳନୀ,ଏହା କିପରି ଠିକ ଢଙ୍ଗରେ ହେବ ସେଥିପାଇଁ ଆମେ ସମସ୍ତେ ଲାଗିଛୁ

ଓଡ଼ିଶାର ସଂସ୍କୃତି ଓ ଇତିହାସ ସହିତ ପ୍ରବାସୀ ମାନଙ୍କୁ ଯୋଡ଼ିବା ପ୍ରବାସୀ ଭାରତୀୟ ଦିବସର ମୂଳ ଲକ୍ଷ୍ୟ ଓଡ଼ିଶାରେ ଯେଉଁ ସମ୍ଭାବନା ଅଛି ତାକୁ ଜଣେଇବା ଲାଗି ଆୟୋଜନ ହେଉଛି ପ୍ରବାସୀ ଭାରତୀୟ ସମ୍ମିଳନୀ,ଏହା କିପରି ଠିକ ଢଙ୍ଗରେ ହେବ ସେଥିପାଇଁ ଆମେ ସମସ୍ତେ ଲାଗିଛୁ

Prithviraj2

Prithviraj2 Photograph: (Prithviraj2)

କନକବ୍ୟୁରୋ : ଓଡ଼ିଶାର ସଂସ୍କୃତି ଓ ଇତିହାସ ସହିତ ପ୍ରବାସୀ ମାନଙ୍କୁ ଯୋଡ଼ିବା ପ୍ରବାସୀ ଭାରତୀୟ ଦିବସର ମୂଳ ଲକ୍ଷ୍ୟ ଓଡ଼ିଶାରେ ଯେଉଁ ସମ୍ଭାବନା ଅଛି ତାକୁ ଜଣେଇବା ଲାଗି ଆୟୋଜନ ହେଉଛି ପ୍ରବାସୀ ଭାରତୀୟ ସମ୍ମିଳନୀ,ଏହା କିପରି ଠିକ ଢଙ୍ଗରେ ହେବ ସେଥିପାଇଁ ଆମେ ସମସ୍ତେ ଲାଗିଛୁ । ଗତକାଲି ମୁଖ୍ୟମନ୍ତ୍ରୀ ସମସ୍ତ ମନ୍ତ୍ରୀ ମାନଙ୍କୁ ନେଇ ସମୀକ୍ଷା କରିଛନ୍ତି । 

ଆମର ପର୍ଯ୍ୟଟନ ଠୁ ନେଇ ଶିଳ୍ପର ସମ୍ଭାବନା ଓ ଆତିଥ୍ୟତା ଦୃଷ୍ଟିରୁ ସେମାନଙ୍କୁ ଯେପରି କୌଣସି ଅସୁବିଧା ନ ହେବ ସେଭଳି ବ୍ୟବସ୍ଥା କରାଯାଉଛି । ଓଡ଼ିଶାର କଳା ସାହିତ୍ୟ ସଂସ୍କୃତି କୁ ସେଠି ପଦର୍ଶିତ କରାଯିବ । ରାଷ୍ଟ୍ରପତି  ପ୍ରଧାନମନ୍ତ୍ରୀ ଙ୍କ ଠୁ ନେଇ ବହୁତ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ସେଥିରେ ଯୋଗ ଦେବେ ।

ଯେଉଁ ପ୍ରବାସୀ ଭାରତୀୟ ମାନେ ଓଡ଼ିଶା ଆସିବେ ସେମାନେ ନିଶ୍ଚିତ ଭାବେ ଏକ ସକରାତ୍ମକ ମନୋଭାବ ନେଇ କି ଯିବେ ଏଥିସହ ସେ କହିଛନ୍ତି  ଯେଉଁ ପ୍ରତିଶ୍ରୁତି ଦେଇଥିଲୁ ତାହାକୁ ପୂରା କରିବୁ । ସଙ୍ଗଠନ ଓ ସରକାର ଭିତରେ ସନ୍ତୁଳନ ରହିଛି । ନୂଆବର୍ଷରେ ଦେଇଥିବା ପ୍ରତିଶ୍ରୁତିକୁ ପୂରା କରିବା ଆମର ଲକ୍ଷ୍ୟ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।

ନିର୍ବାଚନ ପୂର୍ବରୁ ଦେଇଥିବା ପ୍ରତିଶ୍ରୁତି ପୂରା କରିବା ଆମ ପାଇଁ ସବୁଠୁ ବଡ ଚ୍ୟାଲେଞ୍ଜ ।  ଧାନର ସହାୟକ ମୂଲ୍ୟ ବୃଦ୍ଧି,ସୁଭଦ୍ରା ଯୋଜନା,କାମଧେନୁ ଯୋଜନା, ଶ୍ରୀମନ୍ଦିର ଚାରି ଦ୍ବାର ଖୋଲିବା ଭଳି ପ୍ରତିଶ୍ରୁତିକୁ ପୂରା କରିଛୁ। ଅନ୍ୟ ସବୁ ପ୍ରତିଶ୍ରୁତି ପୂରା କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ଆଇନମନ୍ତ୍ରୀ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe