ରାଜଧାନୀରେ କୁକୁର ମଡକ ; ପ୍ରତିଦିନ ମରୁଛନ୍ତି ୩୦ରୁ ୪୦ କୁକୁର

ଭୁବନେଶ୍ୱର ଏୟାରପୋର୍ଟ ଅଞ୍ଚଳରେ କୁକୁର ମଡ଼କ ।  କୁକୁଡ଼ା ମାଂସରେ ବିଷ ଦେଇ ହତ୍ୟା କରାଯାଉଥିବା ଅଭିଯୋଗ ।  ପ୍ରତିଦିନ ମରୁଛନ୍ତି ୩୦ରୁ ୪୦ କୁକୁର । କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି ଲେଖିଲେ ପିପୁଲ ଫର ଆନିମଲ ଷ୍ଟୁଡେଣ୍ଟ ୱିଙ୍ଗ୍‌ ସମ୍ପାଦକ ।

dog death

dog death Photograph: (KanakNews)

କନକ ବ୍ୟୁରୋ: ଭୁବନେଶ୍ୱର ଏୟାରପୋର୍ଟ ଅଞ୍ଚଳରେ କୁକୁର ମଡ଼କ ।  ବିମାନବନ୍ଦର ଭଳି ଗୁରୁତ୍ବପୂର୍ଣ୍ଣ ଅଞ୍ଚଳରେ ଗତ ୪ରୁ ୫ ଦିନ ଧରି କୁକୁର ମଡ଼କ ଦେଖାଦେଇଛି । ଚତୁଃପାର୍ଶ୍ୱରେ ୩୦ରୁ ୪୦ କୁକୁରଙ୍କୁ ପ୍ରତିଦିନ କେହି ଅଜ୍ଞାତ ବ୍ୟକ୍ତି କୁକୁଡ଼ା ମୁଣ୍ଡ ଓ ମାଂସରେ ବିଷ ଦେଇ କୁକୁର ମାନଙ୍କୁ ମାରୁଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ପ୍ରାଣୀ ସୁରକ୍ଷା କର୍ମୀ ଉଦବେଗ ପ୍ରକାଶ କରିଛନ୍ତି । 

ଅଧିକାଂଶ କୁକୁର ଅସୁସ୍ଥ ହୋଇଯାଉଥିବାବେଳେ କିଛି କୁକୁର ମରି ପଡ଼ିଛନ୍ତି । ଏହି ବୁଲା କୁକୁରଙ୍କ ମୃତ ଶରୀର ବିକ୍ଷିପ୍ତ ଭାବେ ଏଣେତେଣେ ପଡିଥିବା ଦେଖାଯାଇଛି । ଆଜି କିଛି ଗଣମାଧ୍ୟମ ସଂସ୍ଥା ରିପୋର୍ଟ ସଂଗ୍ରହ କରିଥିବା ବେଳେ ବିଏମ୍‌ସି ଅଧୀନରେ ଥିବା ଏଡିଭିଓ, ବିଏମସି ଅଧିକାରୀ, ଖୋର୍ଦ୍ଧା ଜିଲ୍ଲାର ଏଡିଭିଓ, ଜିଲ୍ଲା ପ୍ରାଣୀ କଲ୍ୟାଣ ବିଭାଗ ଅଧିକାରୀ ସମସ୍ତେ ଚୁପ ରହିଛନ୍ତି । କେଉଁ କାରଣ ଯୋଗୁଁ ଏହି ନିରୀହ ପ୍ରାଣୀ ଗୁଡିକୁ ବିଷ  ଦେଇ ହତ୍ୟା କରାଯାଉଛି ସେ ସମ୍ପର୍କରେ ତଦନ୍ତ କରିବାକୁ ଦାବି ହୋଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe