କୁଖ୍ୟାତ ଅପରାଧୀ ଅନନ୍ତ ପଟ୍ଟନାୟକଙ୍କୁ ସଂଘବଦ୍ଧ ଆକ୍ରମଣ କରି ହତ୍ୟା । ପୋଲିସର ତଦନ୍ତ ଜାରି

Advertisment

କୁଖ୍ୟାତ ଅପରାଧୀ ଅନନ୍ତ ପଟ୍ଟନାୟକକୁ ନିର୍ମମ ହତ୍ୟା। ଗଞ୍ଜାମ ସେରଗଡ଼ ଥାନା ବନ୍ଧାଗୁଡା ହାଇସ୍କୁଲ ନିକଟରେ ଅନନ୍ତ କୁ ସଂଘବଦ୍ଧ ଆକ୍ରମଣ କରି ହତ୍ୟା କରାଯାଇଛି। ଅନନ୍ତ ମୋଟର ସାଇକେଲ ଯୋଗେ ଘରକୁ ଯାଉଥିବା ବେଳେ ୩ଜଣ ଯୁବକ ଏକ ବୋଲେରୋରେ ଆସି ସଂଘବନ୍ଧ ଭାବେ ଆକ୍ରମଣ କରିବା ସହିତ ହତ୍ୟା କରିଥିବା ଜଣାପଡିଛି

aparadhi

କନକବ୍ୟୁରୋ: କୁଖ୍ୟାତ ଅପରାଧୀ ଅନନ୍ତ ପଟ୍ଟନାୟକକୁ ନିର୍ମମ ହତ୍ୟା ।  ଗଞ୍ଜାମ ସେରଗଡ଼ ଥାନା ବନ୍ଧାଗୁଡା ହାଇସ୍କୁଲ ନିକଟରେ ଅନନ୍ତ କୁ ସଂଘବଦ୍ଧ ଆକ୍ରମଣ କରି ହତ୍ୟା କରାଯାଇଛି ।  ଅନନ୍ତ ମୋଟର ସାଇକେଲ ଯୋଗେ ଘରକୁ ଯାଉଥିବା ବେଳେ ୩ଜଣ ଯୁବକ ଏକ ବୋଲେରୋରେ ଆସି ସଂଘବନ୍ଧ ଭାବେ ଆକ୍ରମଣ କରିବା ସହିତ ହତ୍ୟା କରିଥିବା ଜଣାପଡିଛି  । ଘଟଣା ସ୍ଥଳରୁ ଖସିଆସିଥିବା ଅନନ୍ତର ଦୁଇ ସହଯୋଗୀ ଥାନାରେ ପହଁଚି ପୋଲିସକୁ ଏ ସମ୍ପର୍କରେ ପୁଲିସକୁ ଖବର ଦେଇଥିଲେ ।

ସେରଗଡ଼ ଥାନା ପୁଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । ଅନନ୍ତ ବିରୋଧରେ ଏନଏସଏ ଲାଗିଥିବା ବେଳେ ଗଞ୍ଜାମର ବିଭିନ୍ନ ଥାନାରେ ପଚିଶରୁ ଉର୍ଦ୍ଧ୍ବ ଅପରାଧିକ ମାମଲା ରହିଥିବା ଜଣାପଡିଛି  । ପୋଲିସ ଆଖିରେ ଧୁଳିଦେଇ ଅନନ୍ତ ନିଜ ଅପରାଧିକ କାର୍ଯ୍ୟକଳାପ  ଜାରି ରଖିଥିବା ବେଳେ ଶେଷରେ ହତ୍ୟାର ଶିକାର ହୋଇଛି । କିଏ ଓ କାହିଁକି ଅନନ୍ତର ହତ୍ୟା କଲେ ତାକୁ ନେଇ ପୁଲିସ୍ ଛାନଭିନ୍ ଆରମ୍ଭ କରିଛି  । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe