କନକ ବ୍ୟୁରୋ: ଇଭିଏମରୁ ତଥ୍ୟ ଡିଲିଟ ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମସ ବା ଏଡିଆରର ଏକ ପିଟିସନରେ ନିର୍ବାଚନ କମିଶନଙ୍କୁ ଇଭିଏମ ଯାଞ୍ଚର ପ୍ରୋଟୋକଲ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ସଞ୍ଜୀବ ଖନ୍ନା ଓ ଜଷ୍ଟିସ ଦୀପକ ଦତ୍ତ କହିଛନ୍ତି ଯେ, ନିକଟରେ ନିର୍ବାଚନ ଅନୁଷ୍ଠିତ ହୋଇଥିବା ରାଜ୍ୟଗୁଡିକର ଇଭିଏମରୁ ତଥ୍ୟ ଡିଲିଟି କରନାହିଁ  ଓ ନୂଆ ତଥ୍ୟ ମଧ୍ୟ ଅପଲୋଡ କରନି ।

Advertisment

ଆବେଦନରେ କୁହାଯାଇଥିଲା ଯେ,  ନିର୍ବାଚନ ଆୟୋଗର ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡ୍ୟୁର୍ ବା ଏସଓପିରେ କେବଳ ଇଭିଏମ୍ ଏବଂ ମକ୍ ପୋଲର ମୌଳିକ ଯାଞ୍ଚ ପାଇଁ ନିର୍ଦ୍ଦେଶ ରହିଛି। ବର୍ଣ୍ଣଟ୍‌ ମେମୋରୀର ଯାଞ୍ଚ ସମ୍ପର୍କରେ ଆୟୋଗ ଏପର୍ଯ୍ୟନ୍ତ ପ୍ରୋଟୋକଲ ପ୍ରସ୍ତୁତ କରିନାହାଁନ୍ତି। ଇଭିଏମ୍, କଣ୍ଟ୍ରୋଲ୍ ୟୁନିଟ୍, ବାଲାଟ୍ ୟୁନିଟ୍, ଭିଭିପାଟ୍ ଏବଂ ସିଗନାଲ ଲୋଡିଂ ୟୁନିଟର ଚାରିଟି ଅଂଶର ମାଇକ୍ରୋ କଣ୍ଟ୍ରୋଲର ଯାଞ୍ଚ ପାଇଁ ପ୍ରୋଟୋକଲ୍ କାର୍ଯ୍ୟକାରୀ କରିବାକୁ ନିର୍ବାଚନ ଆୟୋଗଙ୍କୁ ନିର୍ଦ୍ଦେଶ ଦେବାକୁ ଆବେଦନକାରୀ ଦାବି କରିଛନ୍ତି। ମାର୍ଚ୍ଚ ପ୍ରଥମ ସପ୍ତାହରେ ଏହାର ପରବର୍ତ୍ତୀ ଶୁଣାଣି ହେବ।  

ଅନ୍ୟପଟେ ନିର୍ବାଚନ ସରିବା ପରେ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ ବା ଇଭିଏମର ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର କ'ଣ ବୋଲି ଏକ ପିଟିସନର ଜବାବରେ ସୁପ୍ରିମକୋର୍ଟ ଆଜି ନିର୍ବାଚନ କମିଶନଙ୍କୁ ପ୍ରଶ୍ନ କରିଛନ୍ତି। ନିର୍ବାଚନ ପରେ ଇଭିଏମ୍ ମେମୋରୀ ଓ ମାଇକ୍ରୋକଣ୍ଟ୍ରୋଲର ପୋଡ଼ିବା ପ୍ରକ୍ରିୟା ସମ୍ପର୍କରେ ଏବେ ନିର୍ବାଚନ କମିଶନଙ୍କୁ ଅଦାଲତଙ୍କୁ ଅବଗତ କରିବାକୁ ପଡ଼ିବ। ବାସ୍ତବରେ ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମ ପକ୍ଷରୁ ଏକ ପିଟିସନରେ ଦାବି କରାଯାଇଛି ଯେ, ଭୋଟ ଗଣତି ସରିବା ପରେ ମଧ୍ୟ ମେସିନରୁ ତଥ୍ୟ ନଷ୍ଟ କରାଯିବା ଉଚିତ ନୁହେଁ।

୨୦୨୪ ଜାମ୍ମୁ କାଶ୍ମୀର ସାଧାରଣ ନିର୍ବାଚନ ଫଳାଫଳ ପରେ କଂଗ୍ରେସ ଇଭିଏମ ଉପରେ ପ୍ରଶ୍ନ କରିଥିଲା ହରିୟାଣା ,ମହାରାଷ୍ଟ୍ର ନିର୍ବାଚନ ଫଳାଫଳକୁ ନେଇ ମଧ୍ୟ କଂଗ୍ରେସ ଇଭିଏମ ଉପରେ ପ୍ରଶ୍ନ ଉଠାଇଥିଲା । ଏପରିକି ନିକଟରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସାମ୍ବାଦିକ ସମ୍ମିଳନୀ କରି ଭୋଟ ତାଲିକାରେ ଗଡବଡ ନେଇ ପ୍ରଶ୍ନ ଉଠାଇଥିଲେ । ଏହି ସମୟରେ ସେ ମହାରାଷ୍ଟ୍ର ନିର୍ବାଚନର ଉଦାହରଣ ଦେଇ ଏକଥା ମଧ୍ୟ କହିଥିଲେ କି ଯେ ଲୋକସଭା ଓ ବିଧାନସଭା ନିର୍ବାଚନ ମଧ୍ୟରେ ବ୍ୟବଧାନ ମାତ୍ର ୫ମାସର ଥିଲା ଓ ଏହି ସମୟରେ ୬ଲକ୍ଷରୁ ଅଧିକ ସଂଖ୍ୟକ ଭୋଟରଙ୍କ ନାଁ ତାଲିକାରେ କିଭଳି ସାମିଲ ହେଲା ।