ଘର କଳିରେ ନୂଆ ମୋଡ଼ : ପତ୍ନୀ ଅର୍ଚ୍ଚନାଙ୍କ ଅଭିଯୋଗ ପରେ ଥାନାର ଦ୍ବାରସ୍ଥ ହେଲେ ଓଏଏସ୍ ଅଧିକାରୀ ସାର୍ଥକ ସୌରଭ

ଘର କଳିରେ ନୂଆ ମୋଡ଼ । ପତ୍ନୀ ଅର୍ଚ୍ଚନା ଦାସଙ୍କ ଅଭିଯୋଗ ପରେ ଆଜି ଥାନାର ଦ୍ବାରସ୍ଥ ହୋଇଛନ୍ତି ଓଏଏସ୍ ଅଧିକାରୀ ସାର୍ଥକ ସୌରଭ ମହାପାତ୍ର ।

9

Photograph: (KANAKNEWS)

କନକବ୍ୟୁରୋ : ଘର କଳିରେ ନୂଆ ମୋଡ଼ । ପତ୍ନୀ ଅର୍ଚ୍ଚନା ଦାସଙ୍କ ଅଭିଯୋଗ ପରେ ଆଜି ଥାନାର ଦ୍ବାରସ୍ଥ ହୋଇଛନ୍ତି ଓଏଏସ୍ ଅଧିକାରୀ ସାର୍ଥକ ସୌରଭ ମହାପାତ୍ର । ଏହାସହ କ୍ୟାମେରା ଆଗରେ ମୁହଁ ଖୋଲି ସଫେଇ ରଖିଛନ୍ତି । କହିଛନ୍ତି, ଅର୍ଚ୍ଚନାଙ୍କ ଅଭିଯୋଗ ସମ୍ପୂର୍ଣ୍ଣ ମି ଛ। ପତ୍ନୀ ଅର୍ଚ୍ଚନା ବାରମ୍ବାର ଆତ୍ମହତ୍ୟାର ଧମକ ଦେଉଥିଲେ ।

ସନ୍ତାନ ଜନ୍ମ ପରେ ବି ମେଡିକାଲରେ ତାଙ୍କ ସହ ଦୁର୍ବ୍ୟବହାର କରିଥିବା କହିଛନ୍ତି ସାର୍ଥକ ସୌରଭ ।  ପତ୍ନୀଙ୍କ ଅଭିଯୋଗ ଆଧାରରେ ଆଜି ଭୁବନେଶ୍ବର ମହିଳା ଥାନାରେ ହାଜର ହୋଇଥିଲେ ସାର୍ଥକ ସୌରଭ। ହସ୍ପିଟାଲ ବେଡ୍‌ରେ ୨ ଦିନର ସନ୍ତାନକୁ ଛାଡ଼ ଚାଲିଯାଇଥିବା ଅଭିଯୋଗ ଆଣିଥିଲେ ପତ୍ନୀ ଅର୍ଚ୍ଚନା ଦାସ । ଗତକାଲି ବିଏନଏସ ୧୮୦ରେ ଅର୍ଚ୍ଚନା ଦାସଙ୍କର ବୟାନ ରେକର୍ଡ କରିଥିଲା ପୁଲିସ  ।
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe