କନକ ବ୍ୟୁରୋ : ଆଜିଠୁ ଲାଗୁ ହେବ ନୂଆ ଟାକ୍ସ ପଲିସି । ଏନେଇ ପୂର୍ବରୁ ଘୋଷଣା କରିଥିଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ନୂତନ ବିତ୍ତୀୟ ବର୍ଷ ଆରମ୍ଭରୁ ନୂଆ ନିୟମ ଲାଗୁ କରିବାକୁ ଯାଉଛନ୍ତି ସରକାର । ଯାହା ସାଧାରଣ ଲୋକଟିଏ ଜାଣିବା ନିହାତି ଦରକାର । ୟୁପିଆଇ ନିୟମରେ ପରିବର୍ତ୍ତନ ସହ, ରନ୍ଧନ ଗ୍ୟାସ୍‌ ଦର କମି ଛି । ଏହାସହ ଘର ମାଲିକ ଓ ବରିଷ୍ଠ ନାଗରିକଙ୍କୁ ମିଳିବ ଆଶ୍ୱସ୍ତି । ନଜର ପକାନ୍ତୁ ଏପ୍ରିଲ ୧ରୁ କଣ ସବୁ ପରିବର୍ତ୍ତନ ହେବ । 

Advertisment

ଏପ୍ରିଲ ୧ରୁ ନୂଆ ନିୟମ
UPI ନିୟମରେ ପରିବର୍ତ୍ତନ
ଦୀର୍ଘ ସମୟ ଧରି ୟୁପିଆଇ ସେବା ଥିବା ମୋବାଇଲ ନମ୍ବର ବ୍ୟବହୃତ ହେଉନଥିଲେ ଏହି ସେବା ବନ୍ଦ ହେବ 
ଏଲପିଜି ସିଲିଣ୍ଡର ଦର ୪୧ ଟଙ୍କା କମିଲା
ଘର ମାଲିକ ଓ ବରିଷ୍ଠ ନାଗରିକଙ୍କୁ ଆଶ୍ୱସ୍ତି  
ବରିଷ୍ଠ ନାଗରିକଙ୍କ ପାଇଁ ଟିଡିଏସ୍‌ରେ ରିହାତି ମିଳିବ  
ଘର ମାଲିକମାନଙ୍କୁ ଘରଭଡ଼ା ଉପରେ ଦେଉଥିବା ଟ୍ୟାକ୍ସ ଉପରେ ରିହାତି
ଭଡ଼ା ବାବଦରେ ପୂର୍ବରୁ ୨ ଲକ୍ଷ ୫୦ ହଜାରରୁ ଅଧିକ ହେଲେ ଟ୍ୟାକ୍ସ ଦେବାକୁ ପଡ଼ୁଥିଲା
ଏହାକୁ ବୃଦ୍ଧି କରି ୬ ଲକ୍ଷ ଟଙ୍କା କରିଛନ୍ତି ସରକାର
୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଥିବା ବ୍ୟକ୍ତିଙ୍କୁ ଦେବାକୁ ପଡିବନି ଆୟକର
 ବେତନଭୋଗୀଙ୍କୁ ମିଳିବ ୭୫ ହଜାର ଟଙ୍କାର ଷ୍ଟାଣ୍ଡାର୍ଡ ଡିଡକ୍ସନ
ନୂ୍ଆ ଟିକସ ବ୍ୟବସ୍ଥାରେ ବେତନଭୋଗୀଙ୍କୁ ୧୨.୭୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟରେ ଦେବାକୁ ପଡିବନି ଟିକସ 
ଏଜୁକେଶନ ଲୋନ୍‌ ଉପରେ ହଟିଲା ଟିଡିଏସ୍‌
ପୂର୍ବରୁ ୭ ଲକ୍ଷ ଟଙ୍କା ଏଜୁକେସନ ଲୋନ୍‌ ଉପରେ ୦.୫ ଟିସିଏସ୍‌ କାଟୁଥିଲେ ଋଣଦାତା 
ମ୍ୟୁଚୁଆଲ ଫଣ୍ଡ୍‌ ଆୟ ଉପରେ ବଢ଼ିଲା ଟିଡିଏସ୍‌ ସୀମା 
ଡିଭିଡେଣ୍ଡ୍‌ରୁ ହୋଇଥିବା ଆୟ ଉପରେ ଟିଡିଏସ୍‌ ସୀମାକୁ ୫ ହଜାରରୁ ବୃଦ୍ଧି କରି ୧୦ ହଜାର ଟଙ୍କା କରାଯାଇଛି 
ଏପ୍ରିଲ ପହିଲାରୁ ଏସବିଆଇ ଓ ପିଏନବି ବ୍ୟାଙ୍କ ଆକାଉଣ୍ଟରେ ସର୍ବନିମ୍ନ ବାଲାନ୍ସ ନିୟମରେ ପରିବର୍ତ୍ତନ ଆସିବ
ଏପ୍ରିଲ ୧ରୁ ଖାତାରେ ସର୍ବନିମ୍ନ ବାଲାନ୍ସ ନ ରହିଲେ ଖାତାଧାରକଙ୍କ ଠାରୁ ଜରିମାନା ଆଦାୟ କରିବ ବ୍ୟାଙ୍କ
ଏନଏଚଏଆଇ ଏପ୍ରିଲ ୧ରୁ ଟୋଲ ଟିକସ ବୃଦ୍ଧି କରିପାରେ 
ନିବେଶକ ନିଜ ଡିମାଟ୍ ଓ ମ୍ୟୁଚୁଆଲ ଫଣ୍ଡ ହୋଲ୍ଡିଙ୍ଗ ତଥ୍ୟ ଡିଜିଲକରରେ ଡିଜିଟାଲ ରୂପରେ ରଖିପାରିବ 
ପୁରୁଣା ପେନସନ ସ୍କିମ ଓପିଏସ ବଦଳରେ ୟୁପିଏସ୍ କାର୍ଯ୍ୟକାରୀ ହେବ