ଗଛରେ ଚଢିଲେ ମିଳୁଛି ନେଟୱର୍କ । ଦୁର୍ଗମ ଅଞ୍ଚଳରେ ମିଳୁନି ମୋବାଇଲ ସେବା ।

Advertisment

ବଣ ପାହାଡ ଘେରା ଦୁର୍ଗମ ଅଞ୍ଚଳରେ ମୋବାଇଲ ସେବା ଠପ୍ । ନେଟୱର୍କ ନଥିବାରୁ ଅସୁବିଧା ଭୋଗୁଛନ୍ତି ୩ ହଜାରରୁ ଅଧିକ ଲୋକ । କାମାକ୍ଷାନଗର ଉପଖଣ୍ଡର ଆଦିବାସୀ ଅଧ୍ୟୁଷିତ କଙ୍କଡାହାଡ଼ ବ୍ଲକର ବାମ ପଞ୍ଚାୟତରେ ଏହିଭଳି ସମସ୍ୟା ଯେମିତି ନିତିଦିନିଆ ହୋଇଗଲାଣି ।

ବଣ ପାହାଡ ଘେରା ଦୁର୍ଗମ ଅଞ୍ଚଳରେ ମୋବାଇଲ ସେବା ଠପ୍ । ନେଟୱର୍କ ନଥିବାରୁ ଅସୁବିଧା ଭୋଗୁଛନ୍ତି ୩ ହଜାରରୁ ଅଧିକ ଲୋକ । କାମାକ୍ଷାନଗର ଉପଖଣ୍ଡର ଆଦିବାସୀ ଅଧ୍ୟୁଷିତ କଙ୍କଡାହାଡ଼ ବ୍ଲକର ବାମ ପଞ୍ଚାୟତରେ ଏହିଭଳି ସମସ୍ୟା ଯେମିତି ନିତିଦିନିଆ ହୋଇଗଲାଣି ।

vlcsnap-2024-10-06-18h40m02s833

କନକ ବ୍ୟୁରୋ: ନେଟୱର୍କ ନଥିବାରୁ ଅସୁବିଧା ଭୋଗୁଛନ୍ତି ୩ହଜାରରୁ ଅଧିକ ଲୋକ । କାମାକ୍ଷାନଗର ଉପଖଣ୍ଡର ଆଦିବାସୀ ଅଧ୍ୟୁଷିତ କଙ୍କଡାହାଡ଼ ବ୍ଲକର ବାମ ପଞ୍ଚାୟତ । ଏଠାରେ ମୋବାଇଲର ନେଟୱର୍କ ନଥିବାରୁ ଅନେକ ସମସ୍ୟା ଭୋଗିବାକୁ ପଡୁଛି । ସ୍କୁଲ, ମେଡିକାଲ କାମରୁ ନେଇ ନିଜର କୌଣସି କାମ ବିନା ନେଟୱର୍କରେ ହୋଇପାରୁନି । ତା ସହିତ ମୋବାଇଲ ନେଟୱାର୍କ ଆସୁନଥିବାରୁ ପାହାଡ଼, ଜଙ୍ଗଲ ଓ ବଡ଼ ଗଛରେ ଚଢି ମୋବାଇଲରେ କଥା ହେଉଛନ୍ତି ଲୋକେ । ଖରା, ବର୍ଷା ଓ ଶୀତ ଦିନରେ ଅନେକ  ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗାଁ ଲୋକ । ଦରକାର ପଡିଲେ ୭ କିଲୋମିଟର ଦୂରକୁ ଯିବାକୁ ପଡୁଛି ନଚେତ୍ ଗଛ ଉପରେ ଚଢି କାମ ଚଳାଉଛନ୍ତି ଗାଁର ଲୋକମା.ନେ । 

ମୋବାଇଲ ସେବା ପାଇଁ ଆଜି ପର୍ୟ୍ୟନ୍ତ କୌଣସି ଟାୱାର ନାହିଁ। ଗାଁ ଲୋକ ୧୦୮ ଆମ୍ବୁଲାନ୍ସ ସେବାଠାରୁ ଆରମ୍ଭ କରି ଅଗ୍ନିଶମ ସେବା, ଥାନା, ଇତ୍ୟାଦି ଆବଶ୍ୟକ ଅନୁଷ୍ଠାନର ସେବାରୁ ବଞ୍ଚିତ ହେଉଛନ୍ତି । ଏହି ମୋବାଇଲ ସେବା ପାଇଁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଯାଇଥିଲେ ବି କୌଣସି ସମାଧାନ ହୋଇପାରୁନି । ଖୁବଶୀଘ୍ର ଗାଁରେ ଟାୱାର ବସାଇବା ନେଇ ପୁଣିଥରେ ଅନୁରୋଧ କରାଯାଇଛି ।  

ସମୟ ବଦଳୁଥିବା ବେଳେ ଆଜିର ଡିଜିଟାଲ ଯୁଗରେ ବି ଲୋକମାନେ ନେଟୱର୍କ ଯୋଗୁ ସମସ୍ୟା ଭୋଗୁଛନ୍ତି । ଏଥିପ୍ରତି ଗୁରୁତ୍ବ ଦିଆଯିବ ସହ ଖୁବଶୀଘ୍ର ନେଟୱର୍କ ସମସ୍ୟାର ସମାଧାନ କରାଯିବା ଜରୁରୀ ହୋଇଛି  ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe