କନକ ବ୍ୟୁରୋ: ବରିଷ୍ଠଙ୍କ ହାତରେ ଛାମୁଆ ସଙ୍ଗଠନ। ବିଜେଡି ଛାମୁଆ ସଙ୍ଗଠନରେ ବରିଷ୍ଠଙ୍କୁ ଦାୟିତ୍ବ ମିଳିଛି । ବିଜେଡିରେ ୧୫ ଜଣ ଉପମଜସଭାପତି ନିଯୁକ୍ତ ହୋଇଛନ୍ତି । ୭ ଜଣଙ୍କୁ ବରିଷ୍ଠ ଉପସଭାପତି ଦାୟିତ୍ବ ଦିଆଯାଇଥିବା ବେଳେ ଅନ୍ୟ ୮ ଜଣଙ୍କୁ ଉପସଭାପତି ଦାୟିତ୍ବ ମିଳିଛି । ସେହିଭଳି ଦେବୀ ମିଶ୍ର ଓ ପ୍ରତାପ ଜେନାଙ୍କୁ ହେଡ୍ କ୍ବାର୍ଟର ଦାୟିତ୍ବ ଦିଆଯାଇଛି । ସେହିଭଳି ସୁବାସ ସିଂ ଦଳର କୋଷାଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି ।
୨୦ଜଣଙ୍କୁ ବରିଷ୍ଠ ସାଧାରଣ ସମ୍ପାଦକ ଦାୟିତ୍ବ ମିଳିଛି । ୩୫ ଜଣ ସାଧାରଣ ସମ୍ପାଦକ ନିଯୁକ୍ତ ହୋଇଛନ୍ତି । ତେବେ ଏଥିରୁ ବାଦ୍ ପଡିଲେ ପ୍ରଫୁଲ୍ଲ ମଲ୍ଲିକ, ଶଶୀଭୂଷଣ ବେହେରା । ଭୁପିନ୍ଦର ସିଂଙ୍କୁ ବି ମିଳିଲାନି ସ୍ଥାନ । ବିଜେଡିରେ କଟିଲା ସଙ୍ଗଠନ ସମ୍ପାଦକ ପଦ । ତା ସହିତ ବବି ଦାସଙ୍କୁ ଉପସଭାପତି ଦାୟିତ୍ବ ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/05/05/g6Sk9ZGSLOBe0gIpBAmC.jpg)