କନକ ବ୍ୟୁରୋ: ଚମ୍ପୁଆ ବିଧାୟକଙ୍କ ଉପରେ ଖପ୍ପା ବିଜେଡି ସୁପ୍ରିମୋ । ସନାତନ ମହାକୁଡଙ୍କ ଉପରେ ରାଗିଲେ ନବୀନ ପଟ୍ଟନାୟକ । ତେବେ ନବୀନଙ୍କ ଏ ରାଗ ପଛର କାରଣ , ବିଧାୟକ ଦଳ ବୈଠକ ବୋଲି ଜଣାପଡିଛି । ଗତକାଲି ବିଧାନସଭା ବଜେଟ୍ ଅଧିବେଶନ ପୂର୍ବରୁ ବସିଥିଲା ବିଜେଡିର ବିଧାୟକ ଦଳ ବୈଠକ । ହେଲେ ଏହି ବୈଠକରେ ଯୋଗ ଦେଇନଥିଲେ ଚମ୍ପୁଆର ବିଜେଡି ବିଧାୟକ ସନାତନ ମହାକୁଡ । ଯାହାକୁ ନେଇ ଆଜି ବିଧାନସଭା ଅଧିବେଶନ ଆରମ୍ଭ ହେବା ପୂର୍ବରୁ ସନାଙ୍କ ଉପରେ ବିରକ୍ତି ପ୍ରକାଶ କରିଛନ୍ତି ନବୀନ ପଟ୍ଟନାୟକ ।

Advertisment

ମିଳିଥିବା ସୂଚନା ମୁତାବକ, ସନାତନ ମହାକୁଡ କାହିଁକି ବିଧାୟକ ଦଳ ବୈଠକକୁ ଆସିନଥିଲେ ବୋଲି ପ୍ରଶ୍ନ କରିଥିଲେ ନବୀନ । ଏଥିସହ ସନାତନଙ୍କ ଉପରେ ସେ ବିରକ୍ତି ପ୍ରକାଶ କରିଥିଲେ । ଯାହା ଏବେ ଆଲୋଚନାର ବିଷୟ ପାଲଟିଛି ।

ଜାଣିରଖିବା ଉଚିତ୍ ଯେ, କେନ୍ଦୁଝର ରାଜନୀତିରେ ସନାତନ ମହାକୁଡ ହେଉଛନ୍ତି ଜଣେ ବଡ଼ ଚେହେରା । ଚମ୍ପୁଆ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜେଡି ପ୍ରାର୍ଥୀ ହୋଇ ଏଥର ସେ ବିଧାନସଭାକୁ ଆସିଛନ୍ତି । ହେଲେ ଏଥର କିନ୍ତୁ ୨୪ ବର୍ଷ ପରେ ଶାସକ ଦଳରୁ ବିରୋଧୀ ଦଳ ହୋଇଛି ବିଜେଡି । ଆଉ ଏଭଳି ସମୟରେ ସନାତନ ମହାକୁଡ ବିଧାୟକ ଦଳ ବୈଠକରେ ସାମିଲ ନହେବା, ନବୀନଙ୍କ ଖପ୍ପା ହେବାର କାରଣ ବୋଲି କୁହାଯାଉଛି ।