ଜାନୁଆରୀ ୮ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ । ରାଜଭବନରେ ରାତ୍ରୀଯାପନ କରିବେ ।

Advertisment

ପ୍ରବାସୀ ଭାରତୀୟ ଦିବସ ପାଇଁ ୮ରାତିରେ ଆସିବେ ପ୍ରଧାନମନ୍ତ୍ରୀ । ରାଜଭବନରେ କରିବେ ରାତ୍ରୀଯାପନ । ୯ତାରିଖରେ ଜନତା ମଇଦାନରେ ଆୟୋଜିତ କାର୍ୟ୍ୟକ୍ରମରେ ହେବେ ସାମିଲ । ପ୍ରବାସୀ ଭାରତୀୟଙ୍କ ସହ ବିତାଇବେ ଦେଢ଼ ଘଣ୍ଟା ।

ପ୍ରବାସୀ ଭାରତୀୟ ଦିବସ ପାଇଁ ୮ରାତିରେ ଆସିବେ ପ୍ରଧାନମନ୍ତ୍ରୀ । ରାଜଭବନରେ କରିବେ ରାତ୍ରୀଯାପନ । ୯ତାରିଖରେ ଜନତା ମଇଦାନରେ ଆୟୋଜିତ କାର୍ୟ୍ୟକ୍ରମରେ ହେବେ ସାମିଲ । ପ୍ରବାସୀ ଭାରତୀୟଙ୍କ ସହ ବିତାଇବେ ଦେଢ଼ ଘଣ୍ଟା ।

New Project (11)୍‌

New Project (11)୍‌ Photograph: (New Project (11)୍‌)

କନକ ବ୍ୟୁରୋ: ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଜାନୁଆରୀ ୮ତାରିଖ ରାତି ୮ଟାରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚି ସିଧା ରାଜଭବନ ଯିବେ । ସେଠାରେ ରାତ୍ରୀ ଯାପନ କରିବେ । ୯ ତାରିଖ ସକାଳ ୯ଟା ୪୫ରେ ରାଜଭବନରୁ ଜନତା ମଇଦାନ ଯିବେ ନରେନ୍ଦ୍ର ମୋଦୀ । ୯ଟା ୫୫ରେ ଜନତା ମଇଦାନରେ ପହଞ୍ଚିବା ପରେ ୧୮ତମ ପ୍ରବାସୀ ଭାରତୀୟ ସମ୍ମିଳନୀରେ ହେବେ ସାମିଲ । ଦିନ ୧୦ଟାରୁ ୧୧ଟା ୩୦ ପର୍ୟ୍ୟନ୍ତ ପ୍ରବାସୀ ଭାରତୀୟଙ୍କ ସହ ସମୟ ବିତାଇବେ ନରେନ୍ଦ୍ର ମୋଦୀ। ଏହାପରେ ଦିନ ୧୧ଟା ୫୫ରେ ଦିଲ୍ଲୀ ଅଭିମୁଖେ ବାହାରି ଯିବେ। ୮ତାରିଖରୁ ଭୁବନେଶ୍ବରରେ ଆରମ୍ଭ ହେଉଛି ପ୍ରବାସୀ ଭାରତୀୟ ସମ୍ମିଳନୀ। ୧୦ ତାରିଖ ପର୍ୟ୍ୟନ୍ତ ଚାଲିବ। ରାଜ୍ୟରେ ଏବେଠୁ ପହଞ୍ଚିଲେଣି ବିଦେଶ ଅତିଥି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe