ଥମୁନି ମୁର୍ଶିଦାବାଦ ହିଂସା ; ତଦନ୍ତ ପାଇଁ ଗଠନ ହେଲା ଏସଆଇଟି ଟିମ୍

ଥମୁନି ମୁର୍ଶିଦାବାଦ ହିଂସା । ଗିରଫ ହେଲେଣି ୨୫୦ରୁ ଅଧିକ । ତଦନ୍ତ ପାଇଁ ଗଠନ ହେଲା ଏସଆଇଟି ଟିମ୍ 

ମୁର୍ଶିଦାବାଦ୍ ହିଂସା

ମୁର୍ଶିଦାବାଦ୍ ହିଂସା Photograph: (କନକ ନ୍ୟୁଜ୍)

କନକ ବ୍ୟୁରୋ: ମୁର୍ଶିଦାବାଦରେ ହୋଇଥିବା ହିଂସାକାଣ୍ଡର ତଦନ୍ତ ପାଇଁ ପଶ୍ଚିମବଙ୍ଗ ପୁଲିସ ଡିଆଇଜି ମୁର୍ଶିଦାବାଦ ରେଞ୍ଜଙ୍କ ନେତୃତ୍ୱରେ ୯ ଜଣିଆ ଏସଆଇଟି ଟିମ୍ ଗଠନ ହୋଇଛି । ଏହି ଟିମ୍ ହିଂସା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ରିପୋର୍ଟ ପ୍ରଦାନ କରିବେ  ।

ନିକଟରେ ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲାରେ ଘଟିଥିବା ସାମ୍ପ୍ରଦାୟିକ ହିଂସା ସମୟରେ ମହିଳାଙ୍କୁ ଅସଦାଚରଣ ଓ ବିସ୍ଥାପିତ କରାଯିବା ଘଟଣାର ତଦନ୍ତ ପାଇଁ ଜାତୀୟ ମହିଳା ଆୟୋଗ ଏକ କମିଟି ଗଠନ କରିଛନ୍ତି । ଏପ୍ରିଲ ୮ ତାରିଖ ମଙ୍ଗଳବାର ଦିନ ମୁର୍ଶିଦାବାଦରେ ପ୍ରଥମ ହିଂସା କାଣ୍ଡ ଘଟିଥିଲା, ଯେତେବେଳେ କିଛି ବିକ୍ଷୋଭକାରୀ ମୁର୍ଶିଦାବାଦ ନିକଟସ୍ଥ ୧୨ ନମ୍ବର ଜାତୀୟ ରାଜପଥ ଅବରୋଧ କରୁଥିଲେ । ପୁଲିସ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିବାରୁ ପୁଲିସ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଏହାପରେ ମାର୍ଚ୍ଚ ୧୧ ତାରିଖ ଶୁକ୍ରବାର ପୁଣି ହିଂସା କାଣ୍ଡ ଘଟିଥିଲା । ଶୁକ୍ରବାର ନମାଜ ପରେ ବହୁ ସଂଖ୍ୟକ ବିକ୍ଷୋଭକାରୀ ଏକାଠି ହୋଇ ଓ୍ଵାକଫ୍ ଆଇନକୁ ବିରୋଧ କରିବା ଆରମ୍ଭ କରିଥିଲେ । ପୁଲିସ ଭ୍ୟାନରେ ନିଆଁ ଲଗାଇ ଦେବା ସହ ସର୍ବସାଧାରଣ ବସରେ ମଧ୍ୟ ଭଙ୍ଗାରୁଜା କରାଯାଇ ନିଆଁ ଲଗାଇ ଦିଆଯାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe