ଇଂଲଣ୍ଡ ବିପକ୍ଷ ଟି- ଟ୍ବେଣ୍ଟି ସିରିଜ ପାଇଁ ଘୋଷଣା ହେଲା ୧୫ ଜଣିଆ ଟିମ ଇଣ୍ଡିଆ । ଫେରିଲେ ମହମ୍ମଦ ସାମି, ଋଷଭ ପନ୍ଥ ଆଉଟ ।

ସୂର୍ଯ୍ୟକୁମାରଙ୍କ ଅଧିନାୟକତ୍ବରେ ପଡିଆକୁ ଓହ୍ଲାଇବ ଦଳ । ୨୨ ତାରିଖରୁ ଆରମ୍ଭ ହେବ ୫ ମ୍ୟାଚ ବିଶିଷ୍ଟ ସିରିଜ ।

ଫେରିଲେ ମହମ୍ମଦ ସାମି

ଫେରିଲେ ମହମ୍ମଦ ସାମି Photograph: (kanaknews)

କନକ ବ୍ୟୁରୋ :  ଇଂଲଣ୍ଡ ବିପକ୍ଷ ଟ୍ବେଣ୍ଟି ଟ୍ବେଣ୍ଟି ସିରିଜ ପାଇଁ ଘୋଷଣା ହୋଇଛି ୧୫ ଜଣିଆ ଭାରତୀୟ ଦଳ । ଦଳକୁ ଫେରିଛନ୍ତି ଦ୍ରୁତ ବୋଲର ମହମ୍ମଦ ସାମି । କିନ୍ତୁ ଧୂଆଁଧାର ବ୍ୟାଟର ତଥା ୱିକେଟକିପର ରିଷଭ ପନ୍ତଙ୍କୁ ବାଦ୍ ଦେଇଛି ବିସିସିଆଇ । ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ବରେ ପଡିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନରେ ଅକ୍ଷର ପଟେଲଙ୍କୁ ଉପଅଧିନାୟକ ଦାୟିତ୍ବ ଦିଆଯାଇଛି । ରିଷଭ ପନ୍ତ ବାଦ୍ ପଡିଥିବା ବେଳେ ସଞ୍ଜୁ ସାମସନ୍ ଓ ଧ୍ରୁବ ଜୁରେଲଙ୍କୁ ୱିକେଟକିପର ଭାବେ ଦଳରେ ନିଆଯାଇଛି ।

ବର୍ଡର ଗାଭାସ୍କର ସିରିଜରେ ଚମତ୍କାର ପ୍ରଦର୍ଶନ କରିଥିବା ନୀତୀଶ ରେଡ୍ଡୀଙ୍କ ଉପରେ ଭରସା କରିଛନ୍ତି ଚୟନକର୍ତ୍ତା । ଗତ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜରେ ଭଲ ପ୍ରଦର୍ଶନ କରିଥିବା ସଞ୍ଜୁ ସାମସନ ଓ ତିଲକ୍ ବର୍ମାଙ୍କୁ ଦଳରେ ସାମିଲ୍ କରାଯାଇଛି । ମହମ୍ମଦ ସାମି, ଅର୍ଶଦୀପ ସିଂ, ହର୍ଷିତ ରାଣା ପେସ୍ କମାଣ ସମ୍ଭାଳିବେ । ସେହିପରି ସ୍ପିନ୍ ବିଭାଗ ସମ୍ଭାଳିବେ ଅକ୍ଷର ପଟେଲ, ରବି ବିଷ୍ଣୋୟୀ, ବରୁଣ ଚକ୍ରବର୍ତ୍ତୀ ଏବଂ ୱାଶିଂଟନ୍ ସୁନ୍ଦର । ଆସନ୍ତା ୨୨ ତାରିଖରୁ ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଆରମ୍ଭ ହେବ। କୋଲକାତାର ଇଡେନ୍ ଗାର୍ଡେନରେ ଖେଳାଯିବ ପ୍ରଥମ ଟି-୨୦ ମ୍ୟାଚ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe