ପୁଣି ନ୍ୟାୟ ପାଇଁ ନିଖୋଜ ପିହୁ ମା’ଙ୍କ ଅନୁରୋଧ : ୭ ଦିନରେ ପିହୁ ନମିଳିଲେ ଧାରଣାରେ ବସିବାକୁ ଦେଲେ ଚେତାବନୀ

ପୁଣିଥରେ ଜିଲ୍ଲାପାଳଙ୍କ ନିକଟରେ ହାଜର ହୋଇ ପିହୁକୁ ଖୋଜିବାକୁ ନିବେଦନ କରିଛନ୍ତି ନିଖୋଜ ପିହୁର ମାଆ ।  କୁନିଝିଅ ପିହୁ ଅପହରଣ ଘଟଣାକୁ ୫ ବର୍ଷ ବିତିଲାଣି ।

PIHU

Photograph: (KANAKNEWS)

କନକବ୍ୟୁରୋ : ପୁଣିଥରେ ଜିଲ୍ଲାପାଳଙ୍କ ନିକଟରେ ହାଜର ହୋଇ ପିହୁକୁ ଖୋଜିବାକୁ ନିବେଦନ କରିଛନ୍ତି ନିଖୋଜ ପିହୁର ମାଆ ।  କୁନିଝିଅ ପିହୁ ଅପହରଣ ଘଟଣାକୁ ୫ ବର୍ଷ ବିତିଲାଣି । ହେଲେ ଏପର୍ୟ୍ୟନ୍ତ ପିହୁର କୌଣସି ପତ୍ତା ମିଳୁନି ।   ୭ ଦିନ ଭିତରେ ଝିଅକୁ ଖୋଜି ଆଣିବାପାଇଁ ଅନୁରୋଧ କରିଛନ୍ତି । 

ନ୍ୟାୟ ନମିଳିଲେ ୮ ତାରିଖରୁ ଜିଲ୍ଲାପାଳଙ୍କ ଅଫିସରେ ଧାରଣା ଦେବାକୁ ଚେତାବନୀ ଦେଇଛନ୍ତି ପିହୁର ମାଆ ମୋନାଲିସା ।  ଏହା ପୂର୍ବରୁ ବିଭିନ୍ନ ଫୋରମକୁ ଯାଇ ଅନୁରୋଧ କରିଛନ୍ତି ମୋନାଲିସା ।  ଅନେକ ଅଧିକାରୀଙ୍କ ନିକଟରେ ଗୁହାରୀ କରିଛନ୍ତି ।  ହେଲେ ଏବେ ବି ଝିଅର କୌଣସି ଖୋଜ ଖବର ମିଳିପାରୁନି । ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଅନ୍ତର୍ଗତ ମଧୁସୂଦନପୁର ଗାଁର କୁନିଝିଅ ପିହୁ ଅପହରଣ ଘଟଣାକୁ ଏହା ଭିତରେ ୫ ବର୍ଷ ବିତିଗଲାଣି  । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe