ନିଖୋଜ ଦଶମ ଶ୍ରେଣୀ ଛାତ୍ରୀଙ୍କ ମିଳୁନି ଖୋଜ ଖବର, ୫ମାସ ପରେ ବି ପୁଲିସ୍‌ର ହାତ ଖାଲି

ପୁରୀ ପିପିଲିରୁ ସାମ୍ନାକୁ ଆସିଛି ନାବାଳିକା ଛାତ୍ରୀ ନିଖୋଜର ଖବର । ପୁଲିସର ପାରିବାପଣିଆ ଉପରେ ପ୍ରଶ୍ନ ଉଠାଇଲେ ପରିବାର ଲୋକ ।

ନିଖୋଜ ଛାତ୍ରୀଙ୍କ ମିଳୁନି ଖୋଜ ଖବର

ନିଖୋଜ ଛାତ୍ରୀଙ୍କ ମିଳୁନି ଖୋଜ ଖବର Photograph: (KanakNews)

କନକ ବ୍ୟୁରୋ:  ନିଖୋଜ ଦଶମ ଶ୍ରେଣୀ ଛାତ୍ରୀଙ୍କ ମିଳୁନି ଖୋଜ ଖବର, ୫ମାସ ପରେ ବି ପୋଲିସ୍‌ର ହାତ ଖାଲି । ପୁରୀ ପିପିଲିରୁ ସାମ୍ନାକୁ ଆସିଛି ନାବାଳିକା ଛାତ୍ରୀ ନିଖୋଜର ଖବର। ଗତ ଫେବୃଆରୀ ମାସରେ ନାବାଳିକା ଛାତ୍ରୀ ଜଣକ  ଟିଉସନ ଯାଇ ଆଉ ଘରକୁ ଫେରିନାହାଁନ୍ତି । ବହୁ ଖୋଜାଖୋଜି କରିବା ପରେ ବି ଝିଅର ପତ୍ତା ମିଳିନଥିବା ବେଳେ ଏନେଇ ପିପିଲି ଥାନାର ଦ୍ବାରସ୍ଥ ହୋଇଥିଲେ ପରିବାର ଲୋକ ।

ବିକାଶ କୁମାର ବେହେରା ନାମକ ଯୁବକ ଝିଅକୁ ଅପହରଣ କରିନେବା ସହ ଅନୈତିକ କାର୍ଯ୍ୟରେ ଲଗାଇଥିବା ଲିଖିତ ଅଭିଯୋଗ କରିଥିଲେ ପରିବାର ଲୋକ । ତେବେ ଅଭିଯୋଗକୁ ଏଥିମଧ୍ୟରେ ୫ମାସ ପୁରିବାକୁ ବସିଥିବା ବେଳେ ପୋଲିସ ଛାତ୍ରୀ ଜଣଙ୍କ ପତ୍ତା ଲଗାଇପାରୁନାହିଁ। ତାଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇବା ସହ ପୋଲିସର ପାରିବାପଣିଆ ଉପରେ ପ୍ରଶ୍ନ ଉଠାଇଛନ୍ତି ନିଖୋଜ ଛାତ୍ରୀଙ୍କ ପରିବାର ଲୋକ । 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe