vlcsnap-2024-12-21-18h25m43s354 Photograph: (vlcsnap-2024-12-21-18h25m43s354)
କନକ ବ୍ୟୁରୋ: ସରକାର ଚାଷୀଙ୍କ ସମସ୍ୟାର ସମାଧାନ ପାଇଁ ଅନେକ ପଦକ୍ଷେପ ନେଉଛନ୍ତି । ହେଲେ ହେଉନି ଚାଷୀଙ୍କ ସମସ୍ୟାର ସମାଧାନ । କେଉଁଠି ମିଲର୍ସ ଧାନ ଉଠାଉ ନାହଁନ୍ତି ତ ପୁଣି କେଉଁଠି ଖୋଲୁନି ମଣ୍ଡି । କଟ୍ନିଛଟ୍ନି ପାଇଁ ସବୁଠି କେଁ । ୪ଟି ମିଲ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି ଜିଲ୍ଲାଯୋଗାଣ ବିଭାଗ । ଚଳିତବର୍ଷ ବଲାଙ୍ଗିର ଜିଲ୍ଲାରେ ୧୫୮ ଟି ପେକ୍ସ ସହ ୧୭ ଟି ଏସଏଚଜିରେ ଧାନକିଣା ପ୍ରକ୍ରିୟା ଆରମ୍ଭ ହୋଇଛି । ହେଲେ ଏବେ ବି ଗୁଡାଏ ଅଵ୍ୟଵସ୍ଥା ଲାଗି ରହିଛି । ପ୍ରଶାସନିକ ଅବହେଳା ହଉ କି ମିଲର୍ସ ଓ ପେକ୍ସ ଗୁଡିକର ମନମାନି ପାଇଁ ଏବେ ଚିନ୍ତାରେ ପଡ଼ିଛନ୍ତି ଚାଷୀ । ଅନ୍ୟପଟେ ଚାଷୀ ସେମାନଙ୍କ ସମସ୍ୟା ପାଇଁ ପ୍ରତିବାଦ କରିବାକୁ ବାଧ୍ୟ ହେଉଛନ୍ତି ।
ଏହାରି ଭିତରେ ମଣ୍ଡିରୁ ଧାନ ନଉଠାଇବାରୁ ୪ଟି ମିଲକୁଙ୍କୁ କାରଣ ଦର୍ଶାଅ ନୋଟିସ କରାଯାଇଛି । ମିଲଗୁଡିକ ହେଲା ପାହାଡ଼ି ମାତା, ଶ୍ରୀ ଶ୍ୟାମ ଜି, ରାଧାଗୋବିନ୍ଦ ଓ ଭଗବତୀ । ମିଲର୍ସ ଧାନ ନଉଠାଇବାରୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ନୋଟିସ କରାଯାଇଛି । ଏନେଇ ସୁଚନା ଦେଇଛନ୍ତି ବଲାଙ୍ଗିର ଜିଲ୍ଲାପାଳ ଗୌରବ ଶିବାଜୀ । ଧାନ ବୁଣିବା ଠାରୁ ଅମଳ ପର୍ୟ୍ୟନ୍ତ କେତେବେଳେ ରୋଗପୋକ ତ ପୁଣି କେତେବେଳେ ଅଦିନିଆ ବର୍ଷା ଚାଷୀଙ୍କ ଫସଲ ଉଜାଡ଼ି ଦେଉଛି । ଏବେ ମଣ୍ଡିରେ ଧାନ ବିକ୍ରି ନହେବାରୁ ଚାଷୀ ଚିନ୍ତାରେ ପଡ଼ିଛନ୍ତି ।
Follow Us