କନକ ବ୍ୟୁରୋ :ଡ୍ରାଇଭରମାନଙ୍କ ଆନ୍ଦୋଳନ ଯୋଗୁଁ ତେଲ ସଙ୍କଟ ସୃଷ୍ଟି ହୋଇଛି । କିନ୍ତୁ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର କହିଛନ୍ତି, ରାଜ୍ୟରେ ପେଟ୍ରୋଲ ଓ ଡିଜେଲର ସଂକଟ ନାହିଁ । ତେଲ ଟ୍ୟାଙ୍କର ଆସିଯାଇଛି , ଭୁବନେଶ୍ବରକୁ ୧୫୦ ଟ୍ୟାଙ୍କର ଆସିଛି । ସେହିପରି କଟକକୁ ୭୬ ତେଲ ଟ୍ୟାଙ୍କର ଆସିଛି । ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ତେଲ ରହିଛି , ତେଲର ଯିଏ କଳାବଜାରୀ କରୁଛି, ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଅଧିକାରୀଙ୍କୁ କୁହାଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି । ଏହାସହ ମନ୍ତ୍ରୀ କହିଛନ୍ତି, ଡ୍ରାଇଭରଙ୍କ ଦାବିକୁ ସରକାର ଗ୍ରହଣ କରିବେ । ବିଚାର ଆଲୋଚନା ଜାରି ରହିଛି । ଖୁବଶୀଘ୍ର ସମାଧାନ ହୋଇଯିବ । ପେଟ୍ରୋଲ ଆସୋସିଏସନ ସହିତ ମଧ୍ୟ ଆଜି ଆଲୋଚନା ହେବ ।

Advertisment

ଅନ୍ୟପଟେ ଝାରସୁଗୁଡ଼ାରେ ଥିବା ତେଲ ଡିପୋରୁ ବାହାରିଛି ତେଲ ଗାଡ଼ି । ଦୁଇ ଦିନ ହେଲା ଅଟକି ରହିଥିବା ଗାଡ଼ିରୁ ଆଜି ସକାଳୁ କିଛି ଗାଡ଼ି ବାହାରିଛି । ଝାରସୁଗୁଡ଼ା ଜିଲ୍ଲାରୁ ପ୍ରତ୍ୟେକ ଦିନ ପାଖାପାଖି ୧୭୦ ରୁ ୧୮୦ ଗାଡ଼ି ଲୋଡ଼ିଂ ହୋଇଥାଏ ।