ରାଜଗାଙ୍ଗପୁର ଫୁଟବଲ୍ ପଡ଼ିଆରେ ମୀନା ବଜାର, ଷ୍ଟଲ ପାଇଁ ଅନୁମତି ଦେଇ ପକେଟ୍ ଗରମ କରୁଛି ଘରୋଇ ସଂସ୍ଥା

ମୀନା ବଜାର ଆୟୋଜନ ପାଇଁ ଉପଜିଲ୍ଲପାଳ ଅନୁମତି ଦିଅନ୍ତି । ରାଜଗାଙ୍ଗପୁର ଥାନା ପକ୍ଷରୁ ରିପୋର୍ଟ ପ୍ରଦାନ କରାଯାଇଥାଏ । ତହସିଲଦାର ଜମି ମାଲିକାନାର ତଦନ୍ତ କରି ଉପଜିଲ୍ଳାପାଳଙ୍କୁ ରିପୋର୍ଟ ଦେଇଥାନ୍ତି । କିନ୍ତୁ ତହସିଲଦାର ନିଜେ ଜମିର ମାଲିକ ଅଛନ୍ତି । ନିଜେ ମାଲିକ ଥାଇ ଘରୋଇ ସଂସ୍ଥା ମୀନା ବଜାର ଆୟୋଜନ ପାଇଁ ଅନୁମତି ଦେଉଥିବାରୁ ଅନିୟମିତତା ଅଭିଯୋଗ ହେଉଛି । ଏହାର ଭିଜିଲାନ୍ସ ତଦନ୍ତ ପାଇଁ ବୁଦ୍ଧିଜୀବୀ ଦାବି କରିଛନ୍ତି ।

sdafssdsdsddss

କନକ ବ୍ୟୁରୋ : ରାଜଗାଙ୍ଗପୁର ସହର ମଧ୍ୟରେ ଥିବା ଫୁଟବଲ ପଡ଼ିଆଟି ରାଜସ୍ବ ବିଭାଗ ଖାତାରେ ଅଛି । ହେଲେ ପ୍ରତିବର୍ଷ ଏକ ଘରୋଇ ସଂସ୍ଥା ତରଫରୁ ଏଠାରେ ମୀନା ବଜାରର ଆୟୋଜନ କରାଯାଉଛି । ଯେଉଁଥିରୁ ଘରୋଇ ସଂସ୍ଥା ଲକ୍ଷଲକ୍ଷ ଟଙ୍କା ଆୟ କରୁଥିବା ବେଳେ ରାଜସ୍ବ ବିଭାଗ ଟଙ୍କାଟିଏ ପାଉନାହିଁ । ରାଜସ୍ବ ବିଭାଗ କାହିଁକି ନିଜେ ମୀନା ବଜାର ଆୟୋଜନ ନକରି ଏକ ଘରୋଇ ସଂସ୍ଥାକୁ ଏଥିପାଇଁ ଅନୁମତି ଦେଉଛି, ତାହା ସବୁଠୁ ବଡ଼ ପ୍ରଶ୍ନ ହୋଇଛି । 

ମୀନା ବଜାର ଆୟୋଜନ ପାଇଁ ଉପଜିଲ୍ଲପାଳ ଅନୁମତି ଦିଅନ୍ତି । ରାଜଗାଙ୍ଗପୁର ଥାନା ପକ୍ଷରୁ ରିପୋର୍ଟ ପ୍ରଦାନ କରାଯାଇଥାଏ । ତହସିଲଦାର ଜମି ମାଲିକାନାର ତଦନ୍ତ କରି ଉପଜିଲ୍ଳାପାଳଙ୍କୁ ରିପୋର୍ଟ ଦେଇଥାନ୍ତି । କିନ୍ତୁ ତହସିଲଦାର ନିଜେ ଜମିର ମାଲିକ ଅଛନ୍ତି । ନିଜେ ମାଲିକ ଥାଇ ଘରୋଇ ସଂସ୍ଥା ମୀନା ବଜାର ଆୟୋଜନ ପାଇଁ ଅନୁମତି ଦେଉଥିବାରୁ ଅନିୟମିତତା ଅଭିଯୋଗ ହେଉଛି । ଏହାର ଭିଜିଲାନ୍ସ ତଦନ୍ତ ପାଇଁ ବୁଦ୍ଧିଜୀବୀ ଦାବି କରିଛନ୍ତି ।

 
 ଏ ସମ୍ପର୍କରେ ରାଜଗାଙ୍ଗପୁର ତହସିଲଦାରଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe