କାହିଁକି ଇଂଲଣ୍ଡ ସିରିଜରେ ଖେଳିଲେନି ୱିକେଟକିପର୍ ରିଷଭ ପନ୍ତ ।  ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ରଖିଲେ କୋଚ୍ ଗମ୍ଭୀର ।

କାହିଁକି ଇଂଲଣ୍ଡ ସିରିଜରେ ଖେଳିଲେନି ୱିକେଟକିପର୍ ରିଷଭ ପନ୍ତ । ଚାମ୍ପିୟନ୍ସ ଟ୍ରଫି ପାଇଁ ଦଳରେ ବଡ଼ ପରିବର୍ତ୍ତନର ଦେଲେ ସଙ୍କେତ ।

କାହିଁକି ଖେଳିଲେନି ପନ୍ତ?

କାହିଁକି ଖେଳିଲେନି ପନ୍ତ? Photograph: (kanaknews)

କନକ ବ୍ୟୁରୋ : ଟିମ ଇଣ୍ଡିଆର କୋଚ ଗୌତମ ଗମ୍ଭୀରଙ୍କ ବଡ ସୂଚନା । ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ସ୍ପଷ୍ଟ କରିଛନ୍ତି ଯେ କେଏଲ ରାହୁଲ ଚାମ୍ପିୟନ୍ସ ଟ୍ରଫିରେ ଟିମ୍ ଇଣ୍ଡିଆର ପ୍ରଥମ ପସନ୍ଦ ୱିକେଟକିପର ହେବେ ଏବଂ ତାଙ୍କ ସ୍ଥାନରେ ବ୍ୟାଟର ଓ ୱିକେଟ କିପର ଋଷଭ ପନ୍ତଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରିବା ଉପରେ ତୁରନ୍ତ ବିଚାର କରାଯିବ ନାହିଁ। ଇଂଲଣ୍ଡ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ପାଇଁ ଚୟନ ହୋଇଥିବା ଖେଳାଳିଙ୍କ ମଧ୍ୟରୁ ଋଷଭ ପନ୍ତ ଏକମାତ୍ର ଖେଳାଳି ଥିଲେ ଯିଏ କି ଖେଳିବାର ସୁଯୋଗ ପାଇନଥିଲେ । କେଏଲ୍ ରାହୁଲଙ୍କୁ ପ୍ରଥମ ଦୁଇଟି ମ୍ୟାଚ୍ ରେ ଷଷ୍ଠ ସ୍ଥାନରେ ବ୍ୟାଟିଂ କରିବାକୁ ଅଣାଯାଇଥିଲା ଯେଉଁଥିରେ ସେ  ସହଜ ଦେଖାଯାଉନଥିଲେ ।

 ତୃତୀୟ ମ୍ୟାଚ୍ ରେ ସେ ନିଜ ପସନ୍ଦର ୫ ନମ୍ବର ସ୍ଥାନରେ ବ୍ୟାଟିଂ କରିବାକୁ ଆସି ୨୯ ବଲ୍ ରୁ ୪୦ ରନ୍ ର ଉପଯୋଗୀ ଯୋଗଦାନ ଦେଇଥିଲେ । ଏହି ମ୍ୟାଚରେ ଭାରତ ୧୪୨ ରନରେ ବିଜୟୀ ହୋଇଥିଲା । ଗମ୍ଭୀର କହିଛନ୍ତି ,ରାହୁଲ ଏବେ ଆମର ଏକ ନମ୍ବର ୱିକେଟ୍ ରକ୍ଷକ ଏବଂ ମୁଁ ବର୍ତ୍ତମାନ ଏତିକି କହିପାରିବି। ଋଷଭ ପନ୍ତଙ୍କୁ ସୁଯୋଗ ମିଳିବ, କିନ୍ତୁ ବର୍ତ୍ତମାନ ରାହୁଲ ଭଲ ପ୍ରଦର୍ଶନ କରୁଛନ୍ତି ଏବଂ ଆମେ ଦୁଇ ୱିକେଟକିପର ବ୍ୟାଟ୍ସମ୍ୟାନଙ୍କ ସହ ଖେଳିପାରିବୁ ନାହିଁ।ସ୍ପିନର ବରୁଣ ଚକ୍ରବର୍ତ୍ତୀଙ୍କ ସ୍ଥାନରେ ଓପନର ଯଶସ୍ୱୀ ଜୟସ୍ୱାଲଙ୍କୁ ଚାମ୍ପିୟନ୍ସ ଟ୍ରଫି ଦଳରୁ ବାଦ୍ ଦେବା ନିଷ୍ପତ୍ତିକୁ ମଧ୍ୟ ଗମ୍ଭୀର ଯଥାର୍ଥ ବୋଲି କହିଛନ୍ତି । ଏହାର ଏକମାତ୍ର କାରଣ ହେଉଛି ଆମେ ୱିକେଟ୍ ଟେକର ବୋଲର ଭାବେ ଏକ ବିକଳ୍ପ ଚାହୁଁଥିଲୁ ଏବଂ ଆମେ ସମସ୍ତେ ଜାଣିଛୁ, ବରୁଣ ଚକ୍ରବର୍ତ୍ତୀ ସେହି ବିକଳ୍ପ ହୋଇପାରନ୍ତି। ଜୟସ୍ୱାଲଙ୍କ ଆଗରେ ଏବେ ବି ଲମ୍ବା ଭବିଷ୍ୟତ ରହିଛି ବୋଲି ଗମ୍ଭୀର କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe