କନକ ବ୍ୟୁରୋ : ଅସୁସ୍ଥ ଥିବା ସତ୍ତ୍ବେ ମିଳିଲାନି ଛୁଟି । ହାତରେ ସାଲାଇନ ଲଗାଇ ସ୍କୁଲକୁ ଆସିଲେ ଶିକ୍ଷକ । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ଭଇଁଷା ଆଦର୍ଶ ବିଦ୍ୟାଳୟରୁ ସାମ୍ନକୁ ଆସିଛି ଏଭଳି ଅଭାବନୀୟ ଖବର । ଦେହ ଅସୁସ୍ଥ ଥିବା ନେଇ ସୋସିଆଲ ମିଡିଆ ହ୍ବାଟ୍ସଆପରେ ପ୍ରଧାନ ଶିକ୍ଷକଙ୍କୁ ଜଣାଇଥିଲେ ଶିକ୍ଷକ ପ୍ରକାଶ ଭୋଇ । ଛୁଟି ଦେବାକୁ ନିବେଦନ କରିଥିଲେ କିନ୍ତୁ ପ୍ରଧାନଶିକ୍ଷକ ଛୁଟି ମଞ୍ଜୁର ନକରିବାରୁ ବାଧ୍ୟ ହୋଇ ସାଲାଇନ ଲଗାଯାଇଥିବା ଅବସ୍ଥାରେ ସ୍କୁଲକୁ ଆସିଥିଲେ ଶିକ୍ଷକ । ଯାହାର ଭିଡିଓ ସାମ୍ନାକୁ ଆସିଛି । ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ସେପଟେ ଘଟଣାର ତଦନ୍ତ କରି କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପାଟଣାଗଡ଼ ବ୍ଲକ ଶିକ୍ଷାଅଧିକାରୀ ଶଙ୍କର ପ୍ରସାଦ ମାଝୀ ।