ଥାଇଲାଣ୍ଡରେ ବଡ଼ଧରଣ ହନିଟ୍ରାପର ପର୍ଦ୍ଦାଫାସ, ବୌଦ୍ଧଭିକ୍ଷୁଙ୍କୁ ଜାଲରେ ଫସାଇ କୋଟି କୋଟି ଲୁଟ, ୩୫ ବର୍ଷୀୟା ମହିଳା ଗିରଫ

ଜଣେ କି ଦୁଇଜଣ ନୁହେଁ ୧୦ରୁ ଅଧିକଙ୍କୁ  ନିଜ ଜାଲରେ ଫସାଇ  କୋଟିକୋଟି ଟଙ୍କା ଲୁଟ କରିଥିବା ଅଭିଯୋଗରେ ୩୫ବର୍ଷ ବୟସର ମହିଳାଙ୍କୁ ଗିରଫ କରାଯାଇଛି । ସବୁଠୁ ବଡ କଥା ହେଉଛି ଥାଇଲାଣ୍ଡକୁ ଆସୁଥିବ ପର୍ଯ୍ୟଟକଙ୍କ ସହ ବୌଦ୍ଧ ଭିକ୍ଷୁଙ୍କୁ ଟାର୍ଗେଟ କରୁଥିଲେ ୱିଲିୟନ ଏମସାୱତ ନାଁରେ ପରିଚିତ ଜଣେ ମହିଳା ।

52

କନକ ବ୍ୟୁରୋ : ଥାଇଲାଣ୍ଡରୁ ଆସିଛି ବଡ ଖବର । ହନିଟ୍ରାପରେ ଫଶିଛନ୍ତି ବୌଦ୍ଧ ଭିକ୍ଷୁ । ସେମାନଙ୍କ ଆପତିଜନକ ଭିଡିଓ ବନାଇ ବ୍ଲାକମେଲିଂ କରାଯାଉଥିବା ଅଭିଯୋଗରେ ଜଣେ ମହିଳା ଗିରଫ । ଜଣେ କି ଦୁଇଜଣ ନୁହେଁ ୧୦ରୁ ଅଧିକଙ୍କୁ  ନିଜ ଜାଲରେ ଫସାଇ  କୋଟିକୋଟି ଟଙ୍କା ଲୁଟ କରିଥିବା ଅଭିଯୋଗରେ ୩୫ବର୍ଷ ବୟସର ମହିଳାଙ୍କୁ ଗିରଫ କରାଯାଇଛି । ସବୁଠୁ ବଡ କଥା ହେଉଛି ଥାଇଲାଣ୍ଡକୁ ଆସୁଥିବ ପର୍ଯ୍ୟଟକଙ୍କ ସହ ବୌଦ୍ଧ ଭିକ୍ଷୁଙ୍କୁ ଟାର୍ଗେଟ କରୁଥିଲେ ୱିଲିୟନ ଏମସାୱତ ନାଁରେ ପରିଚିତ ଜଣେ ମହିଳା । ତେବେ ଗିରଫ ପରେ ଅଭିଯୁକ୍ତାଙ୍କ ନିକଟରୁ ୮ହଜାରରୁ ଅଧିକ ଅଶ୍ଳୀଳ ଭିଡିଓ ଓ ଅନ୍ୟାନ୍ୟ ଆପତିଜନକ ସାମଗ୍ରୀ ଜବତ କରିଛି ପୁଲିସ । ତେବେ ପୁଲିସ ଅଭିଯୁକ୍ତାର ନାଁ ଦେଇଛି ମିସ ଗଲଫ । ମିସ୍ ଗଲ୍ଫ ବହୁ ଦିନ ଧରି ବୌଦ୍ଧ ଭିକ୍ଷୁଙ୍କୁ ଟାର୍ଗେଟ କରୁଥିଲେ ଏହି ଦୁର୍ବଳତାର ସୁଯୋଗ ନେଇ ମିସ୍ ଗଲ୍ଫ ଭିକ୍ଷୁମାନଙ୍କୁ ତାଙ୍କ ଜାଲରେ ଫସାଇ ଚାଲିଥିଲେ । ବ୍ୟାଙ୍କକର ଜଣେ ଭିକ୍ଷୁ ହଠାତ୍  ଆତ୍ମହତ୍ୟା  ଉଦ୍ୟମ କରିବା ଘଟଣାରୁ ସୁରାକ  ପାଇ ପୁଲିସ ଅଭିଯୁକ୍ତାଙ୍କ ନିକଟରେ ପହଁଚିବାପରେ ଚାଂଚଲ୍ୟକର ଖୁଲ୍ଲାସା ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe