କନକ ବ୍ୟୁରୋ : ଭୁବନେଶ୍ୱରରେ ଖୋଲିଛି ରାତି ମାର୍କେଟ । ବୟନିକା ତରଫରୁ ଏହି ବଜାର ଖୋଲା ଯାଇଛି । ଦିନ ତମାମ ବ୍ୟସ୍ତ ରହୁଥିବା ଲୋକ ରାତିରେ ବୟନିକାକୁ ଆସି କିଣାକିଣି କରୁଛନ୍ତି । ଦିନ ବେଳେ ଅନେକ କାମ ରହୁଛି, ତେଣୁ ରାତିରେ କିଣାକିଣି କରିବାକୁ ସୁବିଧା ହେଉଛି ବୋଲି କହିଛନ୍ତି ଗ୍ରାହକ । ସମ୍ବଲପୁରୀ କପଡ଼ା, ଡ୍ରେସ୍ ସେଟ୍, ଶାଢ଼ି, କୁର୍ତ୍ତି ଓ କୁର୍ତ୍ତାରେ ରାତିରେ ବିଶେଷ ରିହାତି ମିଳୁଥିବାରୁ ଗ୍ରାହକ ଉତ୍ସାହର ସହ କିଣି ନେଉଛନ୍ତି ।
ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ସମୟରେ ପ୍ରଥମେ ରାତ୍ରି ବଜାର ପାଇଁ ପ୍ରୟାସ କରାଯାଇଥିଲା । ଯାହା ପ୍ରବାସୀ ଭାରତୀୟଙ୍କ ସମେତ ରାଜଧାନୀବାସୀ ବେଶ୍ ପସନ୍ଦ କରିଥିଲେ । ଏହି ରାତ୍ରି ବଜାର ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଦିନ ଭଳି ରାତିରେ ମଧ୍ୟ ଗ୍ରାହକଙ୍କ ଭିଡ଼ ଦେଖିବାକୁ ମିଳୁଛି । ରାତିରେ କିଣିବାକୁ ଆସୁଥିବା ଗ୍ରାହକଙ୍କ ପାଇଁ ବୟନିକା ଅଧିକ ୫ ପ୍ରତିଶତ ରିହାତି ଦେଉଛି । ରାଜ୍ୟ ସରକାରଙ୍କ ଏହି ରାତ୍ରି ବଜାର ପଦକ୍ଷେପକୁ ରାଜଧାନୀ ବାସିନ୍ଦା ପ୍ରଶଂସା କରିଛନ୍ତି ।
ରାତିରେ ଖୋଲୁଛି ବଜାର, ଜମୁଛି ଗ୍ରାହକଙ୍କ ଭିଡ଼
ଭୁବନେଶ୍ୱରରେ ଖୋଲିଛି ରାତି ମାର୍କେଟ । ବୟନିକା ତରଫରୁ ଏହି ବଜାର ଖୋଲା ଯାଇଛି । ଦିନ ତମାମ ବ୍ୟସ୍ତ ରହୁଥିବା ଲୋକ ରାତିରେ ବୟନିକାକୁ ଆସି କିଣାକିଣି କରୁଛନ୍ତି । ଦିନ ବେଳେ ଅନେକ କାମ ରହୁଛି, ତେଣୁ ରାତିରେ କିଣାକିଣି କରିବାକୁ ସୁବିଧା ହେଉଛି ବୋଲି କହିଛନ୍ତି ଗ୍ରାହକ ।
/kanak/media/media_files/2025/03/31/jCTayBLzkKskbjOTSWoG.png)