ଚିଟଫଣ୍ଡ ନେଇ ମନମୋହନ ସାମଲଙ୍କ ବଡ଼ ବୟାନ  । କହିଲେ, ଶୀଘ୍ର ଚିଟଫଣ୍ଡ ଟଙ୍କା ଫେରସ୍ତ ହେବ..

Advertisment

ମନମୋହନ ସାମଲ କହିଲେ ଶୀଘ୍ର ଚିଟଫଣ୍ଡ ଟଙ୍କା ଫେରସ୍ତ, ରିପୋର୍ଟ ଉପସ୍ଥାପନ ନେଇ ଚିନ୍ତା କରୁଛନ୍ତି ସରକାର ।

ମନମୋହନ ସାମଲ କହିଲେ ଶୀଘ୍ର ଚିଟଫଣ୍ଡ ଟଙ୍କା ଫେରସ୍ତ, ରିପୋର୍ଟ ଉପସ୍ଥାପନ ନେଇ ଚିନ୍ତା କରୁଛନ୍ତି ସରକାର ।

manmohan

Photograph: (kanaknews)

କନକ ବ୍ୟୁରୋ: ଚିଟଫଣ୍ଡ ଜମାକାରୀଙ୍କ ପାଇଁ ଖୁସିଖବର । ଖୁବଶୀଘ୍ର ଜମାକାରୀଙ୍କୁ ମିଳିବ ଚିଟଫଣ୍ଡ ଟଙ୍କା । ଏନେଇ ସରକାର ଚିନ୍ତା କରୁଛନ୍ତି । ଖୁବଶୀଘ୍ର ନୀତିଗତ ନିଷ୍ପତ୍ତି ନିଆଯାଇ ପୂରା ପ୍ରକ୍ରିୟାକୁ ଶେଷ କରାଯିବ । ଏକଥା କହିଛନ୍ତି  ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ।  ଏହାସହ କମିଶନର ରିପୋର୍ଟ ସାର୍ବଜନୀନ ନେଇ ସରକାର ଅନୁଧ୍ୟାନ କରୁଛନ୍ତି ।

କେଉଁଭଳି ଢଙ୍ଗରେ ଏହାକୁ ଉପସ୍ଥାପନ କରାଯିବ ସେନେଇ ମାନସମନ୍ଥନ ଚାଲିଛି । ଏହାସହ ପୂର୍ବ ସରକାରଙ୍କୁ ଟାର୍ଗେଟ କରିଛନ୍ତି ମନମୋହେନ । ସିଧାସଳଖ କହିଛନ୍ତି, ଜମାକାରୀଙ୍କୁ ଟଙ୍କା ଫେରସ୍ତ ଦାୟିତ୍ବ ପୂର୍ବ ସରକାରଙ୍କର ଥିଲା । କିନ୍ତୁ ତାହା ସେମାନେ କଲେ ନାହିଁ । ନୂଆ ସରକାର ଟଙ୍କା ଫେରସ୍ତ ପାଇଁ ସବୁ ପ୍ରକାର ବ୍ୟବସ୍ଥା କରିବ । ଏସବୁ ଭିତରେ ଦୀର୍ଘଦିନ ଧରି ଚିଟଫଣ୍ଡ ଜମାକାରୀ ଟଙ୍କା ଫେରସ୍ତକୁ ଅପେକ୍ଷା କରିଛନ୍ତି । କିନ୍ତୁ ଦେଇଥିବା ସତ୍ୟପାଠରେ ଏବେ ଉଇ ଲାଗିଥିବା ବେଳେ କେବେ ଜମାକାରୀଙ୍କୁ ଆଶ୍ବସ୍ତି ମିଳିବ ତାହା ସବୁଠୁ ବଡ ପ୍ରଶ୍ନ  ।
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe