ପରକୀୟା ପ୍ରୀତି ହେଲା କାଳ ; ଯୁବକଙ୍କୁ ହାଣିଲେ ମହିଳାଙ୍କ ସ୍ବାମୀ ଓ ଦିଅର

ପର ସ୍ତ୍ରୀକୁ ଘରେ ରଖିବା ହେଲା କାଳ । ଯୁବକଙ୍କୁ ହାଣି ମାରିଲେ ମହିଳାଙ୍କ ସ୍ବାମୀ ଓ ଦିଅର ।  ପାଳଲହଡ଼ା ମସୁଣିହତା ଗାଁରେ ଜଘନ୍ୟ ହତ୍ୟାକାଣ୍ଡ । 

Crime, Anugul***

Crime, Anugul*** Photograph: (KanakNews)

କନକ ବ୍ୟୁରୋ: ପର ସ୍ତ୍ରୀକୁ ଘରେ ରଖିବା ହେଲା କାଳ । ଶୋଇଥିବା ବେଳେ ବାବାଜୀ ନାୟକ ନାମକ ଯୁବକଙ୍କୁ  କଟୁରିରେ ହାଣି ମାରିଲେ ମହିଳାଙ୍କ ସ୍ବାମୀ ଓ ଦିଅର । ଅନୁଗୁଳ କଣିହାଁ ଥାନା ମସୁଣିହତା ଗାଁରେ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ  ।

ସୂଚନା ଅନୁସାରେ, ବାବାଜୀ ନାୟକ ବିବାହିତ ହୋଇଥିବାବେଳେ କାକୁଡିଆ ଗାଁର ବିଭୂତି ନାଏକଙ୍କ ସ୍ତ୍ରୀଙ୍କୁ ପ୍ରେମ କରୁଥିଲେ । ପରେ ରିଙ୍କି ନାଏକଙ୍କୁ ଆଣି ନିଜ ଘରେ ରଖିଥିଲେ । ଏନେଇ ଥାନାରେ ମାମଲା ମଧ୍ୟ ହୋଇଥିଲା । ୭ ମାସ ହେବ ବାବାଜୀଙ୍କ ଘରେ ରହୁଥିଲେ ରିଙ୍କି । ତେବେ ରାତି ଅଧରେ ଶୋଇଥିବା ବେଳେ ବାବାଜୀଙ୍କୁ ରିଙ୍କିଙ୍କ ସ୍ବାମୀ ବିଭୂତି ଓ  ଦିଅର ଭୋଳା ହତ୍ୟା କରିଥିବା ଜଣାପଡ଼ିଛି । ଗୁରୁତର ଅବସ୍ଥାରେ ବାବାଜୀଙ୍କୁ ଡାକ୍ତରଖାନା ନିଆଯାଇଥିଲେ ବି ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe