ରାଜଧାନରୁ ଛୁଆ ଚୋରି ଘଟଣା ; କେଦାରକୁ ବାନ୍ଧି ଝେଲମକୁ ଛାଡିଦେଲା କମିଶନରେଟ୍ ପୋଲିସ

ରାଜଧାନୀରେ ଦୃଷ୍ଟିବାଧିତ ମହିଳାଙ୍କ କୋଳରୁ ଛୁଆ ଛଡାଇ ନେବା ମାମଲାରେ ନୂଆମୋଡ । ସାକ୍ଷୀ ହୋଇ ଖସିଗଲା ଷଡଯନ୍ତ୍ରକାରୀ । କେଦାରକୁ ବାନ୍ଧି ଝେଲମକୁ କ୍ଲିନଚିଟ୍ ଦେଲା କମିଶନରେଟ୍ ପୋଲିସ । ଘଟଣାକୁ ଅତି ସାଂଘାତିକ କହିଲେ ପୂର୍ବତନ ପୋଲିସ ଡିଜି ସଞ୍ଜିବ ମାରିକ ।

Main accused Escaped

Main accused Escaped Photograph: (KanakNews)

କନକ ବ୍ୟୁରୋ:  ରାଜଧାନୀରେ ଦୃଷ୍ଟିବାଧିତ ମହିଳାଙ୍କ କୋଳରୁ ଛୁଆ ଛଡାଇ ନେବା ଘଟଣାରେ ନୂଆ ମୋଡ଼ । ଦେଢ଼ମାସର ପୁଅକୁ ଚୋରି କରିବା ଏବଂ ପରେ, ମହିଳାଙ୍କ ହାତକୁ ଟେକି ଦେବା, ଏହି ସମ୍ୱେଦନଶୀଳ ଘଟଣାର ଖୋଳତାଡ ପରେ, ସାମ୍ନାକୁ ଆସିଥିଲା ସତ । ଅଭିଯୁକ୍ତ କେଦାରସେନ ପଣ୍ଡାକୁ ସିସିଟିଭିରେ ଛୁଆ ଚୋରି କରିଥିବା ଦେଖିବାକୁ ବି ମିଳିଥିଲା । କେଦାରକୁ ଗିରଫ କରିବା ପରେ, ସେ ଛୁଆଟିକୁ ଝେଲମ ପଣ୍ଡାଙ୍କ ପାଇଁ ଚୋରି କରିଥିବା ବି କହିଥିଲା । ହେଲେ, ଏହି ଘଟଣାରେ ଝେଲମକୁ ସାକ୍ଷୀ ବନାଇ, ପୁଲିସ ଛାଡ଼ି ଦେଇଥିଲା । ଝେଲମଙ୍କୁ ପୁଲିସ କ୍ଲିନଚିଟ୍ ଦେଇ ଛାଡ଼ି ଦେବା ଘଟଣାକୁ ଅତି ସାଙ୍ଘାତିକ ବୋଲି କହିଛନ୍ତି ପୁର୍ବତନ ପୁଲିସ ଡିଜି । 

ସଞ୍ଜୀବଙ୍କ କହିବା କଥା ହେଉଛି ଆଇନ ଅନୁସାରେ, ଯିଏ ଶିଶୁକୁ ଚୋରି କରିଥିଲା ଓ ଯାହା ପାଇଁ ଚୋରି କରାଯାଇଥିଲା ଉଭୟ ସମାନ ପରିମାଣରେ ଦୋଷୀ । ଝେଲମ ପଣ୍ଡାଙ୍କ ପାଇଁ ଶିଶୁଟିକୁ ଚୋରି କରାଯାଇଥିବାରୁ ଝେଲମଙ୍କୁ ମୁଖ୍ୟ ଷଡ଼ଯନ୍ତ୍ରକାରୀ ହିସାବରେ ବିବେଚନା କରିବା କଥା । 

ଏଠାରେ ପ୍ରଶ୍ନ ଉଠୁଛି-
-    ଝେଲମଙ୍କୁ ସାହାଯ୍ୟ କରିବାକୁ ଯାଇ ଫସିଗଲେ କି କେଦାର? 
-    ଶିଶୁ ଚୋରି ପଛରେ ହୋଇଥିଲା କି ଟଙ୍କା କାରବାର?
-    କେଉଁ ସତ ପୁଲିସ ଆଗରେ ଲୁଚେଇବାକୁ ଡରିଲା କେଦାର?
-    କେଦାର ପଛରେ ଥିବା କିଏ ସେହି ଗଡଫାଦର୍‌? 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe