କନକ ବ୍ୟୁରୋ : ବିଭିନ୍ନ ଦେବୀ ପୀଠଗୁଡିରେ ଚାଲିଛି ପାର୍ବଣ ପୂଜା । ସମସ୍ତ ରୀତିନୀତିର ସହ ମାଆଙ୍କ ସ୍ବତନ୍ତ୍ର ପୂଜା କରାଯିବା ସହିତି ପ୍ରତିଦିନ ମାଆଙ୍କର ଭିନ୍ନ ଭିନ୍ନ ବେଶ କରାଯାଉଛି । ସେହିଳଭି ଜଗତସିଂହପୁରର ମାଆ ଶାରଳାଙ୍କ ପୀଠରେ ମଧ୍ୟ ଚାଲିଛି ପୂଜାର୍ଚ୍ଚନା । ଆଜି ମାଆଙ୍କ ପାର୍ବଣ ପୂଜାର ୫ମ ଦିବସରେ ଷୋଡଶ ଉପଚାର ପୂଜା କରାଯାଇଛି । ଶାରଦୀୟ ଦୁର୍ଗାପୂଜା ରେ ମାଆଙ୍କୁ ଆବାହାନ କରିବା ପାଇଁ ଆରଦ୍ରା ନକ୍ଷତ୍ର ଠାରୁ ମାଙ୍କ ନିକଟରେ ଏହି ପୂଜା କରାଯାଉଛି। ପଣ୍ଡିତ ମାନେ ମାଆଙ୍କ ପାଖେ ଚଣ୍ଡୀପାଠ କରି ମାଆଙ୍କ ପୂଜା କରୁଛନ୍ତି। ଅନ୍ୟପଟେ ମାଆଙ୍କ ଦୁର୍ଲଭ ରୂପ ଦର୍ଶନ କରିବାକୁ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଛି ।
ବିଭିନ୍ନ ଦେବୀପୀଠରେ ଚାଲିଛି ମାଆଙ୍କ ପାର୍ବଣ ପୂଜା । ଶରଳାଙ୍କ ପୀଠରେ ଷୋଡ଼ଶ ଉପଚାର ସହ ଚାଲିଛି ଚଣ୍ଡୀପାଠ
Advertisment
Follow Us