କନକ ବ୍ୟୁରୋ : ବଲାଙ୍ଗୀରର ଜୀବନ ରେଖା କୁହାଯାଉଥିବା ଲୋୟର ସୁକତେଲ ପ୍ରକଳ୍ପରେ ହୋଇଛି ଦୁର୍ନୀତି । ଏକଥା ଖୋଦ୍ ମୁଖ୍ୟମନ୍ତ୍ରୀ କହି ପୂର୍ବ ସରକାରକୁ ଟାର୍ଗେଟ କରିଛନ୍ତି । ଆଉ ପାଦେ ଆଗେଇ ଦୁର୍ନୀତିର ତଦନ୍ତ ଦାବି କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ନରସିଂହମିଶ୍ର । ୨୦୦୧ ମସିହାରେ ମାତ୍ର ୨୧୭ କୋଟି ଟଙ୍କା ବ୍ୟୟ ଅଟକଳରେ ଲୋୟର ସୁକତେଲର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
୨୦୨୪ ମସିହାରେ ପ୍ରକଳ୍ପ ଉଦଘାଟନ ସମୟରେ ଏହାର ବ୍ୟୟ ଅଟକଳ ୫୮୦୦ କୋଟିରେ ପହଞ୍ଚିଥିଲା । ପ୍ରକଳ୍ପ ଆରମ୍ଭରୁ ଶେଷ ହେବା ଭିତରେ ୫୦୦୦ କୋଟିରୁ ଅଧିକ ଟଙ୍କା ବ୍ୟୟ ଅଟକଳ ବୃଦ୍ଧି ହୋଇଥିଲାବେଳେ ୨୩ ବର୍ଷ ସମୟ ଲାଗିଯାଇଥିଲା । ଅର୍ଥାତ ଧାର୍ଯ୍ୟ ସମୟ ଭିତରେ ପ୍ରକଳ୍ପ ନିର୍ମାଣ ନସରିବାରୁ ୫ହଜାର ୫୮୩ କୋଟି ଟଙ୍କା ଅଧିକ ଖର୍ଚ୍ଚ ହୋଇଛି । ବିଜେଡି କହିଛି ଏହା ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଡ୍ରିମ୍ ପ୍ରୋଜେକ୍ଟ ଥିଲା । ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଯଦି ଦୁର୍ନୀତିର ଗନ୍ଧ ବାରୁଛନ୍ତି ତେବେ ତଦନ୍ତ କରନ୍ତୁ ।
ତେବେ ଏବେ ଅପେକ୍ଷା କେବେ ହେବ ତଦନ୍ତ ? କେବେ ସାମନାକୁ ଆସିବ ଦୁର୍ନୀତି ପଛରେ ଥିବା ମୁଖ୍ୟ କାର୍ପଟଦାରଙ୍କ ନାଁ ? ଦୁର୍ନୀତିରେ ସମ୍ପୃକ୍ତ ଥିବା ନେତା ଓ ଅଧିକାରୀଙ୍କ ବିରୋଧରେ ହେବ କି କାର୍ଯ୍ୟାନୁଷ୍ଠାନ ?