ବଙ୍ଗୋପସାଗରରେ ସକ୍ରିୟ ହେଲା ଲଘୁଚାପ କ୍ଷେତ୍ର, ଆଗାମୀ ୨୪ ଘଣ୍ଟାରେ ପ୍ରବଳ ବର୍ଷା

ଆଗାମୀ ୪୮ଘଣ୍ଟା ମଧ୍ୟରେ ଉତ୍ତରଓଡିଶା ପଶ୍ଚିମବଙ୍ଗ  ଉପକୂଳ ମୁହାଁ ହେବା ସମ୍ଭାବନା । ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଛେଚୁଛି ବର୍ଷା । ୨୪ଘଣ୍ଟା ପାଇଁ ମୟୁରଭଞ୍ଜ, କେନ୍ଦୁଝର,ବାଲେଶ୍ୱର,ଭଦ୍ରକକୁ ରେଡ଼ ଆଲର୍ଟ ।

LOw-in-Bay

କନକ ବ୍ୟୁରୋ : ଉତ୍ତରବଙ୍ଗୋପସାଗର ରେ ସକ୍ରିୟ  ରହିଛି ଲଘୁଚାପ କ୍ଷେତ୍ର   । ଆଗାମୀ ୨୪ ଘଣ୍ଟାରେ ଆହୁରି ଘନୀଭୂତ ହୋଇ ଗୋଟିଏ ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ରର ରୂପ ନେବ  । ଏହା ପରେ ପଶ୍ଚିମ ଉତ୍ତରପଶ୍ଚିମ ଦିଗରେ ଗତି କରିବା ସହ ଆଗାମୀ ୪୮ଘଣ୍ଟା ମଧ୍ୟରେ ଉତ୍ତରଓଡିଶା ପଶ୍ଚିମବଙ୍ଗ  ଉପକୂଳ ମୁହାଁ ହେବା ସମ୍ଭାବନା । ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଛେଚୁଛି ବର୍ଷା । ୨୪ଘଣ୍ଟା ପାଇଁ ମୟୁରଭଞ୍ଜ, କେନ୍ଦୁଝର,ବାଲେଶ୍ୱର,ଭଦ୍ରକକୁ ରେଡ଼ ଆଲର୍ଟ । ଅତିପ୍ରବଳ ବର୍ଷା ସହ ବ୍ରଜପାତ ନେଇ ସତର୍କ କରେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହା ସହ ଢେଙ୍କାନାଳ, ଯାଜପୁର,କେନ୍ଦ୍ରାପଡ଼ା, ଜଗତସିଂହପୁର,କଟକ,କୋରାପୁଟ,ମାଲକାନଗିରିକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ଆସନ୍ତାକାଲି ପାଇଁ କେନ୍ଦୁଝର, ମୟୁରଭଞ୍ଜକୁ ରେଡ଼ ଆଲର୍ଟ ଜାରି ହୋଇଛି ।  ଅତିପ୍ରବଳ ବର୍ଷା ସହ ବ୍ରଜପାତ ହେବ  । ବାଲେଶ୍ୱର,ଭଦ୍ରକ,ଯାଜପୁର,ଢେଙ୍କାନାଳ,ଅନୁଗୁଳ,ଦେଓଗଡ଼,ସମ୍ବଲପୁର,ଦେଓଗଡ଼,ସୁନ୍ଦରଗଡ଼,ଝାରସୁଗୁଡା,ବରଗଡ଼କୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe