କନକ ବ୍ୟୁରୋ: ମହାପ୍ରଭୁ ଜଗନ୍ନାଥଙ୍କ ଜମି ଜବରଦଖଲ ଘଟଣାରେ ଜବରଦଖଲକାରୀଙ୍କୁ ଝଟକା ଲାଗିଛି । ଜବରଦଖଲ ହୋଇଥିବା ଜମି ଉପରେ ଫଳକ ମାରିଛି ଶ୍ରୀମନ୍ଦିର ପ୍ରଶାସନ । ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ନିଜସ୍ଵ ଭୂସମ୍ପତ୍ତି ବୋଲି ଫଳକ ଲଗାଇ ସ୍ପଷ୍ଟ କରିଛି ଶ୍ରୀମନ୍ଦିର ପ୍ରଶାସନ । ଅନଧିକାର ପ୍ରବେଶ ଆଇନ୍ ଅନୁଯାୟୀ ଦଣ୍ଡନୀୟ ଅପରାଧ ବୋଲି ସୂଚନା ଫଳକରେ ଉଲ୍ଲେଖ କରାଯାଇଛି । ଗୁଣ୍ଡିଚା ମନ୍ଦିର ନିକଟ ତାଳବଣିଆ ମୌଜା ଖାତା ନମ୍ବର୍ ୭୯୧ର ୬ଟି ପ୍ଲଟର ପ୍ରାୟ ୫୦ ଡେସିମିଲି ଜାଗାକୁ ତାର ବାଡ଼ ବୁଲାଇ ଜବରଦଖଲ କରାଯାଇଥିଲା । କୁମ୍ଭାରପଡ଼ା ଥାନାରେ ଏହା ବିରୋଧରେ ଏତଲା ଦେଇଥିଲା ଶ୍ରୀମନ୍ଦିର ପ୍ରଶାସନ ।